www.samajalive.in
Saturday, December 13, 2025
15.1 C
Bhubaneswar

ଝାରମୁଣ୍ଡା ଗ୍ରାମରେ ପାନୀୟ ଜଳ ସଙ୍କଟ ; ସମାଧାନ ଓ ଜଳଛତ୍ର ପାଇଁ ଦାବୀ

ଲୋଇସିଂହା : ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ ଅର୍ନ୍ତଗତ ଝାରମୁଣ୍ଡା ଗ୍ରାମରେ ପାନୀୟ ଜଳର ଉତ୍କଟ ଅଭାବ ପରିଲକ୍ଷିତ ହୋଇଛି। ଗ୍ରୀଷ୍ମ ସମୟରେ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା ପାଇଁ ପ୍ରତିବର୍ଷ ବ୍ୟବସ୍ଥା ହେଉଥିବା ବେଳେ ଚଳିତ ବର୍ଷ ଏଥିରେ ବ୍ୟତୀକ୍ରମ ହୋଇ କେତେକ ସ୍ଥାନରେ ବର୍ତ୍ତମାନ ସୁଦ୍ଧା ଜଳଛତ୍ର ଖୋଲଯାଇ ନ ଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଜଳଛତ୍ର ସହ ଗ୍ରାମରେ ପାନୀୟ ସଙ୍କଟ ଦୂର ପାଇଁ ପାଇପ ଲାଇନ ବ୍ୟବସ୍ଥା ଓ ଅଚଳ ନଳକୂପ ମରାମତି ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ସୁନୀଲ କୁମାର ଅଗ୍ରୱାଲା ନିଜ ପ୍ରତିକ୍ରୀୟାରେ କହିଛନ୍ତି ଯେ, ଝାରମୁଣ୍ଡା ବ୍ୟତୀତ ପ୍ରାୟ ଅନ୍ୟ ସମସ୍ତ ସ୍ଥାନରେ ପାଣିଛତ୍ର ଆରମ୍ଭ କରାଯାଇଛି। ଖୁବ୍‍ ଶିଘ୍ର ଝାରମୁଣ୍ଡା ଠାରେ ମଧ୍ୟ ଏହା କାର୍ଯ୍ୟକାରୀ ହେବ ବୋଲି ପ୍ରକାଶ କରିଛନ୍ତି। ଏହାବ୍ୟତୀତ ଝାରମୁଣ୍ଡା ଗ୍ରାମରେ ପାଇପ ଳାଇନ ଜଳ ଯୋଗାଣ ବ୍ୟବସ୍ଥା ଫେଲ ମାରିଥିବା ସମ୍ପର୍କରେ କହିଛନ୍ତି, ଏଥିପାଇଁ ଖୋଲା ଯାଇଥିବା ଗଭୀର ନଳକୂପରୁ ଆବଶ୍ୟକ ପରିମାଣରେ ପାଣି ଆସୁ ନଥିବାରୁ ଏଠାରେ ଅନ୍ୟ ଏକ ଗଭୀର ନଳକୂପ ଖନନର ଆବଶ୍ୟକତା ରହି ଥିବାରୁ ଏଠାରେ ଅନ୍ୟ ଏକ ଗଭୀର ନଳକୂପ ଖନନ କରାଯିବା ପାଇଁ ସେ ବ୍ଳକ ବିଡିଓଙ୍କ ସହ ଆଲୋଚନା କରିଛନ୍ତି। ଖୁବ୍‍ ଶିଘ୍ର ଏହା କାର୍ଯ୍ୟକାରୀ ହେବା ସହ ଦୀର୍ଘ ଦିନ ଧରି ପଡ଼ି ରହିଥିବା ସ୍ଥାନୀୟ ଅଙ୍ଗନବାଡୀ ସମ୍ମୁଖସ୍ଥ ନଳକୂପ ସହ ସମସ୍ତ ନଳକୂପ ଚଳିତ ସପ୍ତାହରେ ମରାମତି କରାଯିବ ବୋଲି ସରପଞ୍ଚ ଶ୍ରୀ ଅଗ୍ରୱାଲା ପ୍ରକାଶ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories