www.samajalive.in
Thursday, December 11, 2025
23.1 C
Bhubaneswar

ଧୋନୀଙ୍କ ବଡ଼ ପ୍ରଶଂସକ ୱାଟସନଙ୍କ ପୁଅ

ଚେନ୍ନଇ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଓ ବର୍ତ୍ତମାନର ୱିକେଟକିପର ଏବଂ ବ୍ୟଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନୀ ସବୁବେଳେ ଲୋକଙ୍କ ମଧ୍ୟରେ ବେଶ ଚର୍ଚ୍ଚାରେ ରୁହନ୍ତି। ସରଳ ବ୍ୟକ୍ତିତ୍ୱ ସହ ତାଙ୍କ ଉତ୍ତମ କ୍ରିକେଟ ଯୋଗୁ ସେ ବେଶ୍ ପ୍ରସଂସିତ । ଖେଳ ପଡ଼ିଆରେ ଏବଂ ପଡ଼ିଆ ବାହାରେ ମଧ୍ୟ ଧୋନୀଙ୍କ ସ୍ୱଭାବ ବହୁତ ସୁନ୍ଦର ଓ ନିଷ୍କପଟ । ବହୁ ପୂର୍ବରୁ ଏହା ପ୍ରମାଣିତ ହୋଇ ସାରିଛି । ସେହିଭଳି ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳୁଥିବା ଓ୍ବାଟସନ୍ ମଙ୍ଗଳବାର ସନରାଇଜର୍ସ ହାଇଦ୍ରାବାଦ୍ ବିପକ୍ଷ ଏକ ମ୍ୟାଚ୍ରେ ଓ୍ବାଟସନ୍ ତାଙ୍କ ଫର୍ମକୁ ଫେରିଛନ୍ତି। ସେ ୫୩ଟି ବଲ୍ରୁ ୯୬ରନର ପାଳି ଖେଳି ଦଳକୁ ଜିତାଇଥିଲେ। ମ୍ୟାଚ୍ ବିଜୟୀ ଇନିଂଶ ପରେ ୱାଟସନ୍ ନିଜ କୁନି ପୁଅ ଓ୍ବିଲିୟମ ଓ୍ବାଟସନ୍ଙ୍କ ସାକ୍ଷାତକାର ନେଇଥିଲେ। କେଉଁ ଖେଳାଳିଙ୍କୁ ସେ ପସନ୍ଦ କରନ୍ତି ବୋଲି ପଚରାଯିବାରୁ ଓ୍ବିଲିୟମ ପ୍ରଥମେ ତାଙ୍କ ବାପାଙ୍କ ନାମ ନେଇଥିଲେ। ପରେ ସେ ଅନ୍ୟକେଉଁ ଖେଳାଳିଙ୍କୁ ପସନ୍ଦ କରନ୍ତି ବୋଲି ପ୍ରଶ୍ନ କରିବାରୁ ଓ୍ବିଲିୟମ ମହେନ୍ଦ୍ର ସିଂ ଧୋନୀଙ୍କ ନାମ ନେଇଥିଲେ। ପରେ ସେନ ୱାଟସନ୍ ତାଙ୍କ ପୁଅ ୱିଲିୟମ ୱାଟସନଙ୍କୁ ଧୋନୀ ଛକା ମାରନ୍ତି ବୋଲି ପ୍ରଶ୍ନ କରିବାରୁ ଧୋନୀ ସବୁବେଳେ ଛକା ମାରନ୍ତି ବୋଲି ଓ୍ବିଲିୟମ କହିଥିଲେ।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories