www.samajalive.in
Saturday, December 13, 2025
21.1 C
Bhubaneswar

ମ୍ୟାଁମାର: ପଥର ଖଣିରେ ଭୂସ୍ଖଳନ, ୫୦ ମୃତ

ମ୍ୟାଁମାର: ମ୍ୟାଁମାରର ଉତ୍ତରାଞ୍ଚଳ କାଇଚେନ ପ୍ରଦେଶର ଏକ ପଥର ଖଣିରେ ଭୂସ୍ଖଳନ ଘଟି ୫୦ ଜଣ ପ୍ରାଣ ହରାଇଛନ୍ତି। ଭୂସ୍ଖଳନ ପରେ ସେଠାରେ ସୃଷ୍ଟ ଏକ ଗର୍ତ୍ତରେ ଖଣିରେ ବିଶ୍ରାମ ନେଉଥିବା ଦୁଇଟି କମ୍ପାନୀର ୫୪ ଜଣ କର୍ମଚାରୀଙ୍କ ସହ ଶ୍ରମିକଙ୍କ ସହିତ ୪୦ଟି ଗାଡ଼ି ପୋତି ହୋଇଯାଇଛି। ମ୍ୟାଁମାର ସୂଚନା ମନ୍ତ୍ରଣାଳୟ ନିଶ୍ଚିତ କରିଛି ଯେ, ଖଣି ଭିତରେ ୫୦ରୁ ଅଧିକ ଲୋକ ଦବି ଯାଇଛନ୍ତି ଏବଂ ସେମାନେ ବଞ୍ଚିଥିବାର କୌଣସି ଆଶା ନାହିଁ। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏବଂ ବର୍ତ୍ତମାନ ସୁଦ୍ଧା ୪ଟି ମୃତ ଦେହ ଉଦ୍ଧାର କରାଯାଇଛି। ସେଠାରେ ବେଆଇନ ଭାବେ ଚାଲିଥିବା ପଥର ଖଣିଗୁଡ଼ିକରେ ଅନେକ ମରଣାନ୍ତକ ଭୂସ୍ଖଳନ ଘଟୁଛି।

୨୦୧୫ ମସିହାରେ ସେହି ଅଞ୍ଚଳର ଏକ ଖଣିରେ ଦୁର୍ଘଟଣା ଘଟି ୧୦୦ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିଲେ। ଏଇଭଳି ବେଆଇନ ପଥର ଖଣିଗୁଡ଼ିକ ମ୍ୟାଁମାର, ଚୀନ୍‍ ଏବଂ ଭାରତ ସୀମାରେ ଚାଲୁଥିବା ଜଣାପଡ଼ିଛି। ୨୦୧୮ରେ ମ୍ୟାଁମାରରେ ଭୂସ୍ଖଳନ ଘଟି ୨୦ ଜଣକ ମୃତ୍ୟୁ ହୋଇଥିଲା।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories