ମୁମ୍ବଇ : ବଲିଉଡ଼ ବିଗ୍ ବି ଅମିତାଭ ବଚ୍ଚନ ପ୍ରଥମ ଥର ପାଇଁ କିନ୍ନର ଭୂମିକାରେ ନଜର ଆସିବେ। ୨୦୧୧ରେ ମୁକ୍ତିଲାଭ କରିଥିବା ହରର୍-କମେଡ଼ି ତାମିଲ ଚଳଚ୍ଚିତ୍ର ‘ମୁନୀ ୨: କଞ୍ଚନା’ର ହିନ୍ଦୀ ରିମେକରେ ସେ କିନ୍ନର କଞ୍ଚନା ଭୂମିକାରେ ଅଭିନୟ କରିବେ ବୋଲି ସୂଚନା ମିଳିଛି। ଏଥିରେ ଅକ୍ଷୟ କୁମାରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିିଳିବ। ଯାହା ଉପରେ କଞ୍ଚନାର ଆତ୍ମା ସବାର ହେଉଛି ଓ ନିଜ ମୃତ୍ୟୁର ପ୍ରତିଶୋଧ ନେବା ତା’ର ଲକ୍ଷ୍ୟ ରହିଛି। ସୂଚନା ଅନୁସାରେ, ଅକ୍ଷୟ କୁମାର ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ କରିଦେଇଛନ୍ତି। ‘କଞ୍ଚନା’ର ହିନ୍ଦୀ ଭର୍ସନର ନାଁ ‘ଲକ୍ଷ୍ମୀ’ ରଖାଯାଇପାରେ। ଚଳଚ୍ଚିତ୍ରର କାହାଣୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏଥିରେ କିୟାରା ଆଡ଼ଭାନୀଙ୍କୁ ଅକ୍ଷୟଙ୍କ ପତ୍ନୀ ଭୂମିକାରେ ଦେଖିବାକୁ ମିଳିବ।
Popular Categories



