www.samajalive.in
Friday, December 12, 2025
26.1 C
Bhubaneswar

ବିଧାୟକ ପ୍ରଦୀପ ମହାରଥୀ ଗିରଫ

ପିପିଲି: ଚଢ଼ାଉ ସମୟରେ ଫ୍ଲାଇଂ ସ୍କ୍ବାଡ୍‌କୁ ଆକ୍ରମଣ କରିବା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମହଙ୍ଗା ପଡ଼ିଛି। ଶେଷରେ ପିପିଲି ପୁଲିସ ମହାରଥୀଙ୍କୁ ସୋମବାର ଗିରଫ କରିଛି। ପୁରୀ ଏସ୍‌ପି ଉମାଶଙ୍କର ଦାସ ଏ ନେଇ ସୂଚନା ଦେଇଛନ୍ତି। ମହାରଥୀଙ୍କ ନାଁରେ ପୁଲିସ ବହୁ ସଙ୍ଗିନ ଦଫା ଲଗାଇଛି। ଦଫା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯, ୧୭୧(ବି), ୧୮୬ ଏବଂ ଲୋକ ପ୍ରତିନିଧି ଆଇନ ଅନୁସାରେ ପୁଲିସ ମାମଲା ରୁଜୁ କରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ରବିବାର ରାତିରେ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ଫ୍ଲାଇଂ ସ୍କ୍ବାଡ୍‌ ପକ୍ଷରୁ ଚଢ଼ାଉ କରାଯାଇଥିଲା। ପୁଲିସ ସହାୟତାରେ ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟ୍‌ଙ୍କ ନେତୃତ୍ଵରେ ଏହି ଚଢ଼ାଉ ହୋଇଥିଲା।  କିନ୍ତୁ ଫ୍ଲାଇଂ ସ୍କ୍ବାଡ୍‌କୁ ସେଠାରେ ମହାରଥୀ ଏବଂ ତାଙ୍କ ସମର୍ଥକଙ୍କ ପକ୍ଷରୁ ଆକ୍ରମଣ କରାଯାଇଥିଲା। ମହାରଥୀ ନିଜେ ଗୋଡ଼େଇ ଗୋଡ଼େଇ ମାଡ଼ ମାରିଥିବା ମାଜିଷ୍ଟ୍ରେଟ୍‍ ଅଭିଯୋଗ କରିଥିଲେ। ଆକ୍ରମଣରେ ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ରଙ୍କ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିବା ବେଳେ ମାଜିଷ୍ଟ୍ରେଟ୍‍ ବିଜୟ କୁମାର କରଙ୍କ ହାତରେ ଆଘାତ ଲାଗିଥିଲା। ଏଥିସହ ପୁଲିସ ଏଏସ୍‍ଆଇ ବିନୟ କୁମାର ଦାସ, ଭିଡିଓଗ୍ରାଫର ଦୀପକ ପ୍ରଧାନ, ଫଟୋଗ୍ରାଫର ପୂର୍ଣ୍ଣଚନ୍ଦ୍ର ଦାସ ମଧ୍ୟ ଆକ୍ରମଣରେ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ପିପିଲି  ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ଗୁରୁତର ଆହତ ମାଜିଷ୍ଟ୍ରେଟ୍‍ ରବିନାରାୟଣ ପାତ୍ରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସପିଟାଲକୁ ପଠାଯାଇଥିଲା।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories