www.samajalive.in
Friday, December 12, 2025
27.1 C
Bhubaneswar

ଟିକ୍‌ଟକ୍‌ ଉପରୁ ହଟିପାରେ ପ୍ରତିବନ୍ଧକ; ୨୪ ଏପ୍ରିଲ ସୁଦ୍ଧା ନିଷ୍ପତ୍ତି ନେବାକୁ ମାଡ୍ରାସ ହାଇକୋର୍ଟକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ: ଟିକ୍‌ଟକ୍‌ ଆପ୍‌ ଉପରେ ମାଡ୍ରାସ ହାଇକୋର୍ଟଙ୍କ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆଗତ ପିଟିଶନର ସୋମବାର ଶୁଣାଣି ହୋଇଥିଲା। ଆସନ୍ତା ୨୪ ତାରିଖ ସୁଦ୍ଧା ଏହି ପିଟିଶନ ଉପରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଯଦି ମାଡ୍ରାସ ହାଇକୋର୍ଟ ୨୪ ତାରିଖ ସୁଦ୍ଧା କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ, ତା’ହେଲେ ଟିକ୍‌ଟକ ଆପ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦେଇଥିବା ଆଦେଶ ଖାରଜ ହୋଇଯିବ।

ଉଲ୍ଲେଖଯୋଗ୍ୟ, ଟିକ୍‌ଟକ୍‌ ଆପରେ ଅଶ୍ଳୀଳ ବାର୍ତ୍ତା ଏବଂ ଅନୁଚିତ ସାମଗ୍ରୀ ଉପଲବ୍ଧ ହେଉଥିବା ଦର୍ଶାଇ ଏହାକୁ ଭାରତରେ ନିଷେଧ କରିବା ପାଇଁ ମାଡ୍ରାସ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏହା ପରେ ସରକାର ଗୁଗଲ ଏବଂ ଆପଲକୁ ନିଜ ଷ୍ଟୋରରୁ ଚୀନର ଏହି ଆପ୍‌ ଟିକ୍‌ଟକକୁ ହଟାଇବାକୁ ନିର୍ଦେଶ ଦେଇଥିଲେ। ଏହା ପରେ ହାଇକୋର୍ଟଙ୍କ ଆଦେଶକୁ ଭେଦଭାବପୂର୍ଣ୍ଣ ବୋଲି ଟିକ୍‌ଟକ ପକ୍ଷରୁ କୁହାଯାଇଥିଲା।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories