ନୂଆଦିଲ୍ଲୀ : ବିଜେପିର ପୂର୍ବତନ ସାଂସଦ ସୁରେଶ ଚନ୍ଦେଲ କଂଗ୍ରେସର ହାତ ଧରିଛନ୍ତି । ସୋମବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରେ ହିମାଚଳ ରାଜ୍ୟ କଂଗ୍ରେସ ପ୍ରଭାରୀ ରଜନୀ ପାଟିଲ ଏବଂ ରାଜ୍ୟ ସଭାପତି କୁଳଦୀପ ସିଂହ ରାଠୋର ଉପସ୍ଥିତ ଥିଲେ ।
କଂଗ୍ରେସରେ ଯୋଗ ଦେବା ପୂର୍ବରୁ ସୁରେଶ ଚନ୍ଦେଲ ରବିବାର କଂଗ୍ରେସର ହିମାଚଳ ରାଜ୍ୟ ପ୍ରଭାରୀ ରଜନୀ ପାଟିଲ ଏବଂ ସଭାପତି କୁଲଦୀପ ରାଠୋରଙ୍କ ସହ ଫୋନରେ ବହୁ ସମୟ କଥା ହୋଇଥିଲେ । ଏହା ପୂର୍ବରୁ ସୁରେଶ ଚନ୍ଦେଲ କେନ୍ଦ୍ରୀୟ ନେତା ଏଆଇସିସି କୋଷାଧ୍ୟକ୍ଷ ଅହମଦ ପଟେଲ ଏବଂ ମହାସଚିବ କେସି ବେଣୁଗୋପାଳଙ୍କ ସହ ସାକ୍ଷାତ କରିଥିଲେ ।



