www.samajalive.in
Sunday, December 14, 2025
23.1 C
Bhubaneswar

ଭୋପାଳ ଗ୍ୟାସ ଦୁର୍ଘଟଣା ବିଂଶ ଶତାବ୍ଦୀର ବୃହତ ଔଦ୍ୟୋଗିକ ଦୁର୍ଘଟଣା: ଜାତିସଙ୍ଘ

ନୂଆଦିଲ୍ଲୀ: ୧୯୮୪ ମସିହାରେ ଭୋପାଳରେ ସଂଗଠିତ ଗ୍ୟାସ ଦୁର୍ଘଟଣାକୁ ଜାତିସଙ୍ଘ ବିଂଶ ଶତାବ୍ଦୀର ଏକ ବୃହତ ଔଦ୍ୟୋଗିକ ଦୁର୍ଘଟଣା ବୋଲି ଜାତିସଙ୍ଘ ଏକ ରିପୋର୍ଟରେ କହିଛି। ସେହି ଦୁର୍ଘଟଣାରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଥିଲା। ପ୍ରତ୍ୟେକ ବର୍ଷ କର୍ମ କ୍ଷେତ୍ରରେ ଦୁର୍ଘଟଣା ଏବଂ ଶ୍ରମ ଜନିତ ବ୍ୟାଧିରେ ସାରା ବିଶ୍ୱରେ ପ୍ରାୟ ୨୭ ଲକ୍ଷ ଶ୍ରମିକଙ୍କ ମୃତ୍ୟୁ ହେଉଥିବା ଜାତିସଙ୍ଘ ସେହି ରିପୋର୍ଟରେ ଦର୍ଶାଇଛି।

ଜାତିସଙ୍ଘ ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲଓ) ରିପୋର୍ଟ ଅନୁଯାୟୀ, ୧୯୮୪ରେ ଭୋପାଳର ୟୁନିଅନ କାର୍ବାଇଡ ପେଷ୍ଟିସାଇଡ଼ ପ୍ଲାଣ୍ଟ ଦୁର୍ଘଟଣାରେ ପାଖାପାଖି ୩୦ଟନ ମିଥାଇଲ ଆଇସୋସିଆନେଟ ଗ୍ୟାସ ନିର୍ଗତ ହୋଇଥିଲା ଯେଉଁଥିରେ ୬ଲକ୍ଷ ଶ୍ରମିକ ଏବଂ ପ୍ଲାଣ୍ଟ ନିକଟସ୍ତ ବାସିନ୍ଦା ପ୍ରଭାବିତ ହୋଇଥିଲେ। ‘ଦ ସେଫଟି ଆଣ୍ଡ ହେଲଥ ଆଟ ଦ ହାର୍ଟ ଅଫ ଦ ଫିଉଚର ଅଫ ୱାର୍କ – ବିଲଡିଂ ଅନ ୧୦୦ ଇଅର୍ଶ ଅଫ ଏକ୍ସପିରିଏନ୍ସ’ ଶୀର୍ଷକ ସେହି ରିପୋର୍ଟରେ ଭୋପାଳ ଦୁର୍ଘଟଣାକୁ ୧୯୧୯ ପରେ ଘଟିଥିବା ବୃହତ ଔଦ୍ୟୋଗିକ ଦୁର୍ଘଟଣା ବୋଲି କୁହାଯାଇଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories