www.samajalive.in
Friday, December 12, 2025
16.1 C
Bhubaneswar

ସଲମାନଙ୍କ ସହ ‘ଦବଙ୍ଗ-୩’ରେ ନଜର ଆସିବେ ତେଲୁଗୁ ଚଳଚ୍ଚିତ୍ରର ଏହି ହାସ୍ୟ ଅଭିନେତା

ମୁମ୍ବଇ : ସଲମାନ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଦବଙ୍ଗ-୩’ରେ ଲୋକପ୍ରିୟ ତେଲୁଗୁ ହାସ୍ୟ ଅଭିନେତା ଅଲୀ ବାଶା ନଜର ଆସିବେ। ଖୁବଶୀଘ୍ର ଏହି ହାସ୍ୟ ଅଭିନେତା ସଲମାନଙ୍କ ସହ ମିଶି ‘ଦବଙ୍ଗ-୩’ରେ ଦର୍ଶକଙ୍କୁ ହସାଉଥିବା ଦେଖିବାକୁ ମିଳିବ।

image courtesy-StarsUnfolded

ଚଳଚ୍ଚିତ୍ରରେ ଅଲୀ ସଲମାନଙ୍କ ଡ଼ାହାଣ ହାତ ଭାବେ କାମ କରିଛନ୍ତି। ଅର୍ଥାତ୍‍ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ସଲମାନଙ୍କ ସହ ଅଲୀ ବାଶାଙ୍କ ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଏଥିରେ ଅଲୀ ପୁଲିସ ପୋଷାକ ପିନ୍ଧିଛନ୍ତି। ଅଲୀଙ୍କ ସହିତ ତାଙ୍କ ପତ୍ନୀ ଓ ପିଲାଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଯେତିକି ଆକର୍ଷଣୀୟ ଏହି ଫଟୋ, ସେହି ଅନୁସାରେ ଆଶା କରାଯାଉଛି ଯେ ପରଦାରେ ମଧ୍ୟ ସଲମାନ ଓ ଅଲୀ ଏକାଠି ମିଶି ଲୋକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇବାରେ ସମର୍ଥ ହେବେ।

- Advertisement -

ପ୍ରକାଶଯୋଗ୍ୟ, ପ୍ରଭୁଦେବା ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ବହନ କରିଛନ୍ତି। ଏହାର ଶୁଟିଂ ମଧ୍ୟ ଆରମ୍ଭ ହୋଇସାରିଛି। ଏଥିରେ କନ୍ନଡ଼ ଅଭିନେତା କିଚ୍ଚା ସୁଦୀପ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories