www.samajalive.in
Tuesday, December 9, 2025
16.1 C
Bhubaneswar

ଇଷ୍ଟର ସନ୍ ଡେ : ଜାଣନ୍ତୁ ଉପହାରରେ କାହିଁକି ଦିଆଯାଏ ରଙ୍ଗୀନ ଅଣ୍ଡା

ସମଗ୍ର ବିଶ୍ବରେ ଏପ୍ରିଲ ୨୧ ତାରିଖକୁ ଇଷ୍ଟର ଡେ ଭାବେ ପାଳନ କରାଯାଉଛି । ଖ୍ରୀଷ୍ଟ ସମ୍ପ୍ରଦାୟର ଲୋକେ ଇଷ୍ଟର ପର୍ବକୁ ଅତି ଧୁମଧାମ୍ ଓ ଉତ୍ସାହରେ ପାଳନ କରନ୍ତି । ଗୁଡ୍ ଫ୍ରାଇଡେର ତିନି ଦିନ ପରେ ରବିବାର ଦିନ ପ୍ରଭୁ ଯୀଶୁ ପୁନଃ ଜୀବିତ ହୋଇ ଉଠିଥିଲେ । ସେହି ଖୁସୀରେ ଖ୍ରୀଷ୍ଟ ଧର୍ମାବିଲମ୍ବୀ ଏହି ଦିନଟିକୁ ଇଷ୍ଟର ଡେ ଭାବେ ପାଳନ କରନ୍ତି । ପ୍ରଭୁ ଯୀଶୁ ପ୍ରାୟ ୪୦ ଦିନ ପର୍ଯ୍ୟନ୍ତ ଧରାପୃଷ୍ଠରେ ଜୀବିତ ରହିବା ସହ ତାଙ୍କ ଶିଷ୍ୟମାନଙ୍କୁ ପ୍ରେମର ବର୍ତ୍ତା ଶିକ୍ଷା ଦେଇଥିଲେ ଏବଂ ଶେଷରେ ସେ ସ୍ବର୍ଗ ଗମନ କରିଥିଲେ ।

pic courtesy mipblog.com

ଇଷ୍ଟର ପର୍ବରେ ଖ୍ରୀଷ୍ଟ ଧର୍ମାବିଲମ୍ବୀରେ ଅଣ୍ଡାକୁ ନେଇ ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ଅଣ୍ଡାକୁ ବିଶେଷ ଭାବରେ ସଜା ଯାଏ । ଅଣ୍ଡା ଉପରେ ବିଭିନ୍ନ ଆକୃତିର କଳାକୃତି କରାଯାଏ । ଇଷ୍ଟର ପର୍ବ ଅବସରରେ ଖ୍ରୀଷ୍ଟ ଧର୍ମାବିଲମ୍ବୀ ଲୋକେ ପରସ୍ପରକୁ ଏହି ଅଣ୍ଡା ଉପହାର ଭାବରେ ଦେଇଥାନ୍ତି । ଖ୍ରୀଷ୍ଟ ଧର୍ମାବିଲମ୍ବୀ ଲୋକମାନେ ଅଣ୍ଡାକୁ ବହୁତ ଶୁଭ ବୋଲି ମାନିଥାନ୍ତି । କାରଣ ଅଣ୍ଡାରେ ନୂଆ ଜୀବନ ଏବଂ ନୂଆ ଆଶାର ସନ୍ଦେଶ ଲୁଚି ରହିଥାଏ । ଇଷ୍ଟର ଡେ ଦିନ ଲୋକ ଚର୍ଚ୍ଚ ଓ ଘରକୁ ବହୁତ ସୁନ୍ଦର ଭାବେ ସଜାଇ ଥାଆନ୍ତି । ପ୍ରଭୁ ଯୀଶୁଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରାଯାଏ । ଏହି ଦିନ ମହମବତି ଜାଳିବା ଶୁଭ ବୋଲି ବିଶ୍ବାସ ରହିଛି ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories