www.samajalive.in
Sunday, December 14, 2025
14.1 C
Bhubaneswar

ମାସୁଦ ପ୍ରସଙ୍ଗ : ଚୀନ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବେ ଗୋଖଲେ

ବେଜିଂ : ଭାରତର ବୈଦେଶିକ ସଚିବ ବିଜୟ ଗୋଖଲେ ରବିବାର ଠାରୁ ଦୁଇଦିନିଆ ଚୀନ ଗସ୍ତରେ ଯାଉଛନ୍ତି। ଗୋଖଲେ ତାଙ୍କର ଏହି ଗସ୍ତ କାଳରେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ଓ ଚୀନ ଷ୍ଟେଟ କାଉନସିଲରଙ୍କୁ ଭେଟିବେ। ଏହି ସାକ୍ଷାତ କାଳରେ ଗୋଖଲେ ପାକିସ୍ତାନ ଆତଙ୍କବାଦୀ ମାସୁଦ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା ପୂର୍ବକ ଜାତିସଂଘ ୧୨୬୭ କମିଟିରେ କଳାତାଲିକାଭୁକ୍ତ କରିବା ପ୍ରସଙ୍ଗରେ ୱାଙ୍ଗଙ୍କ ସହ ଆଲୋଚନା କରିବେ। ବେଜିଂସ୍ଥିତ ଭାରତୀୟ ଦୂତାବାସ କହିଛି ଯେ ଗୋଖଲେ ନିୟମିତ ଆଲୋଚନା ପାଇଁ ଚୀନ ଗସ୍ତ କରୁଛନ୍ତି। ସୋମବାର ଗୋଖଲେଙ୍କର ୱାଙ୍ଗଙ୍କ ସହ ସାକ୍ଷାତ ହେବ। ମାସୁଦକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କରିବା ଲାଗି ଚୀନ ଉପରେ ଆନ୍ତର୍ଜାତିକ ଚାପ ପଡିବାରେ ଲାଗିଛି। ଭାରତରେ ଆତଙ୍କବାଦୀ କାର୍ଯ୍ୟ ଘଟାଇବା ପଛରେ ମାସୁଦର ପ୍ରମୁଖ ହାତ ରହିଆସିଛି। ତେଣୁ ମାସୁଦକୁ ଆତଙ୍କବାଦୀ ଘୋଷଣା କରିବା ଲାଗି ଭାରତ ମଧ୍ୟ ଦାବି କରିଆସୁଛି। ଦ୍ବିତୀୟତଃ ବେଲ୍ଟ ଆଣ୍ଡ ରୋଡ ଫୋରମକୁ ନେଇ ଚୀନ ଆଗାମୀ ସପ୍ତାହରେ ଦ୍ବିତୀୟ ପର୍ଯ୍ୟାୟ ବୈଠକ କରିବାକୁ ଯାଉଥିବାବେଳେ ଭାରତର ବରିଷ୍ଠ କୂଟନୀତିଜ୍ଞ ଏଠାକୁ ଗସ୍ତ କରୁଛନ୍ତି। ସାର୍ବଭୌମତ୍ବ ଓ ଆଞ୍ଚଳିକ ଅଖଣ୍ଡତାକୁ ନେଇ ଭାରତ ଏହି ବୈଠକ ବର୍ଜନ କରିବାର ଅଛି। ବେଲ୍ଟ ଆଣ୍ଡ ରୋଡ କାର୍ଯ୍ୟକ୍ରମକୁ ଭାରତର ବିରୋଧ ପରେ ଏସିଆ ମହାଦେଶର ଦୁଇ ପ୍ରମୁଖ ଦେଶ ମୁହାଁମୁହିଁ ହୋଇଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories