ନୂଆଦିଲ୍ଲୀ: ସମ୍ପ୍ରତି ଦିଲ୍ଲୀର ତିହାର ଜେଲରେ ବିଚାରାଧୀନ ବନ୍ଦୀ ଥିବା ଜାମ୍ମୁ ଓ କାଶ୍ମୀର ମୁକ୍ତି ମୋର୍ଚ୍ଚା (ଜେକେଏଲଏଫ)ର ଅଧ୍ୟକ୍ଷ ମହମ୍ମଦ ୟାସିନ ମଲିକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ତାଙ୍କ ପରିବାର ସୂତ୍ରରୁ ଜଣାପଡିଛି। ୟାସିନର ପରିବାର ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସେମାନେ ୟାସିନକୁ ସାକ୍ଷାତ କରିବାକୁ ଯାଇଥିବା ବେଳେ ଜେଲ କର୍ତୃପକ୍ଷ ୟାସିନ ଆମରଣ ଅନଶନ କରିଥିବା କହିଥିଲେ। ପ୍ରାୟ ୧୨ ଦିନ ସେ ଆମରଣ ଅନଶନ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜେଲ ଅଧିକାରୀ କହିଥିବା ପରିବାର ସଦସ୍ୟ କହିଛନ୍ତି।
ସୂଚନା ଯୋଗ୍ୟ, ୨୦୧୯ ଫେବୃଆରୀରୁ ପୁଲିସ ହେପାଜତରେ ଥିବା ୟାସିନକୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ତାଙ୍କୁ ଗିରଫ କରି ଦିଲ୍ଲୀ କୋର୍ଟରେ ହାଜର କଲା ପରେ କୋର୍ଟ ତାଙ୍କୁ ଅଧିକ ପଚାର ଉଚୁରା ପାଇଁ ଏପ୍ରିଲ ୨୨ ପର୍ଯ୍ୟନ୍ତ ଏନଆଇଏ ହେପାଜତକୁ ପଠାଇ ଦେଇଥିଲେ।



