www.samajalive.in
Sunday, December 14, 2025
26.1 C
Bhubaneswar

ଜେଲରୁ ବାଣ୍ଟିଲେ ଟିକେଟ: ଲାଲୁଙ୍କ ବିରୁଦ୍ଧରେ ଇସିଙ୍କୁ ଅଭିଯୋଗ କଲା ଜେଡିୟୁ

ପାଟଣା: ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁ ଯାଦବ ଜେଲରୁ ଦଳୀୟ ପ୍ରାର୍ଥୀଙ୍କୁ ଟିକେଟ ବାଣ୍ଟୁଥିବା ଜନତା ଦଳ ୟୁନାଇଟେଡ଼ ଅଭିଯୋଗ କରିଛି। ଆରଜେଡିର ସମସ୍ତ ପ୍ରାର୍ଥୀଙ୍କ ମନୋନୟନ ପତ୍ର ଖାରଜ ପାଇଁ ଜେଡିୟୁ ନିର୍ବାଚନ କମିଶନଙ୍କ ପାଖରେ ଦାବି କରିଛି। ଜେଡିୟୁ ମୁଖପାତ୍ର ନୀରଜ କୁମାର ନିର୍ବାଚନ କମିଶନଙ୍କୁ ପତ୍ର ଲେଖି ଅଭିଯୋଗ କରିଛନ୍ତି ଯେ ଜେଲରେ ଥାଇ ମଧ୍ୟ ଲାଲୁ ଲୋକସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀମାନଙ୍କୁ ନିଜ ସ୍ଵାକ୍ଷରରେ ଟିକେଟ ବାଣ୍ଟିଛନ୍ତି। ସେ କଣ ଏପରି କରିବା ପାଇଁ ଅଦାଲତଙ୍କ ଅନୁମତି ନେଇଛନ୍ତି କି ବୋଲି ଜେଡିୟୁ କମିଶନଙ୍କୁ ପ୍ରଶ୍ନ କରିଛି।

ଜେଡିୟୁ ଆହୁରି ମଧ୍ୟ ଅଭିଯୋଗ କରି କହିଛି ଯେ, ଲାଲୁ କୌଣସି ଜନ ଆନ୍ଦୋଳନର ନେତା ନୁହନ୍ତି, ସେ ଭାରତୀୟ ଦଣ୍ଡ ବିଧି ଆଇନ ଅନୁଯାୟୀ ଗୋ ଚାରା ଦୁର୍ନୀତିରେ ଜେଲ ଦଣ୍ଡ ଭୋଗୁଛନ୍ତି ତେଣୁ ସେ କିପରି ନିଜ ସମ୍ପର୍କୀୟଙ୍କ ବ୍ୟତୀତ ଦଳୀୟ ଲୋକଙ୍କୁ ସାକ୍ଷାତ କଲେ। ଅନ୍ୟ ପକ୍ଷରେ ଜେଲ ମାନୁଆଲ ଅନୁଯାୟୀ ଜେଲ ଦଣ୍ଡ ଭୋଗୁଥିବା ଅପରାଧୀ ସାକ୍ଷାତ ସମୟରେ ରାଜନୀତି ସମ୍ପର୍କିତ କଥାବାର୍ତ୍ତା କରି ପାରିବେ ନାହିଁ ବୋଲି ନିୟମ ରହିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories