www.samajalive.in
Friday, December 12, 2025
16.1 C
Bhubaneswar

‘ନ୍ୟାୟ’ ପାଇଁ କଂଗ୍ରେସକୁ ନୋଟିସ; ଏହା କ’ଣ ମତଦାତାଙ୍କୁ ଲାଞ୍ଚ ନୁହେଁ ବୋଲି ପ୍ରଶ୍ନ କଲେ ଆହ୍ଲାବାଦ ହାଇକୋର୍ଟ

ପ୍ରୟାଗରାଜ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ‘ନ୍ୟାୟ’ ଯୋଜନାରେ ଗରିବଙ୍କୁ ବର୍ଷକୁ ୭୨ ହଜାର ଟଙ୍କା ଦିଆଯିବ ବୋଲି ଇସ୍ତାହାରରେ କରିଥିବା ଘୋଷଣା ଉପରେ ଆଲାହାବାଦ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ଏହା କ’ଣ ଲାଞ୍ଚ ନୁହେଁ ? ଏହି ଘୋଷଣା ମତଦାତାଙ୍କୁ ଲାଞ୍ଚ ଦେବା ଶ୍ରେଣୀରେ କାହିଁକି ନ ଆସିବ ବୋଲି ହାଇକୋର୍ଟ ଦଳକୁ ପ୍ରଶ୍ନ କରିଛନ୍ତି। ଏଥିସହ ଦଳ ଉପରେ କାହିଁକି ନିଷେଧାଜ୍ଞା କିମ୍ବା ଅନ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ହାଇକୋର୍ଟ ଏହି ମାମଲାରେ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଜବାବ ମାଗିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ନିଜ ପକ୍ଷ ରଖିବାକୁ କୋର୍ଟ କଂଗ୍ରେସ ଏବଂ ନିର୍ବାଚନ ଆୟୋଗଙ୍କୁ ସମୟ ଦେଇଛନ୍ତି। ବିଚାରପତି ସୁଧୀର ଅଗ୍ରୱାଲ ଏବଂ ରାଜେନ୍ଦ୍ର କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ।

ତେବେ ଏଭଳି ଘୋଷଣା ଯୋଗୁ ଲାଞ୍ଚ ଦେବା ନେବା ବୃଦ୍ଧି ପାଇଥାଏ ଏବଂ ମତଦାତାଙ୍କୁ ପ୍ରଭାବିତ କରିବାକୁ ଏପରି ଯୋଜନା କରାଯାଉଛି ବୋଲି ଶୁଣାଣି ବେଳେ ଆଡ୍‌ଭୋକେଟ ମୋହିତ କୁମାର ଯୁକ୍ତି ବାଢ଼ିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories