www.samajalive.in
Thursday, December 11, 2025
14.1 C
Bhubaneswar

ମହିଳାଙ୍କୁ ନୀତୀଶଙ୍କ ଆହ୍ବାନ : ଏନ୍‌ଡିଏକୁ ଭୋଟ ନ ଦେଲେ ସ୍ବାମୀଙ୍କୁ ଖାଇବାକୁ ଦିଅନି

ପାଟନା : ସର୍ବଦା ମାପିଚୁପି କଥା କହୁଥିବା ଜେଡି(ୟୁ) ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୁକ୍ରବାର ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏନ୍‌ଡିଏକୁ ଭୋଟ ନ ଦେଲେ ସ୍ବାମୀମାନଙ୍କ ଖାଇବା ବନ୍ଦ କରିଦେବାକୁ ସେ ମହିଳାଙ୍କୁ ଆହ୍ବାନ ଦେଇଛନ୍ତି। ଝାଞ୍ଜରପୁରଠାରେ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବା ସମୟରେ ନୀତୀଶ ଉପସ୍ଥିତ ମହିଳାଙ୍କୁ କହିଛନ୍ତି ଯେ ସେମାନେ ନିଜ ସ୍ବାମୀଙ୍କୁ ଏନ୍‌ଡିଏକୁ ଭୋଟ ଦେବା ପାଇଁ କହନ୍ତୁ। ଏନ୍‌ଡିଏକୁ ଭୋଟ ଦେଲେ ସ୍ବାମୀମାନଙ୍କୁ ମନଭରି ଖାଇବାକୁ ଦିଅନ୍ତୁ; ନଚେତ୍‌ ସେ ଦିନ ଭୋକିଲା ରଖିଦିଅନ୍ତୁ। ନୀତୀଶଙ୍କ ଏଭଳି ମନ୍ତବ୍ୟ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି; ବିଶେଷ କରି ଖୋଦ୍‌ ମହିଳାମାନେ ଏହାକୁ ଅଗ୍ରାହ୍ୟ କରିଥିବା ଜଣାପଡ଼ିଛି। ଏହି ସଭାରେ ନୀତୀଶ ଲାଲୁଙ୍କ ଆରଜେଡିକୁ ସମାଲୋଚନା କରି କହିଥିଲେ ଯେ ଏହାର ନେତାମାନଙ୍କ ଲକ୍ଷ୍ୟ କେବଳ ବିହାରକୁ ଲୁଟିବା। ମହାମେଣ୍ଟ ସମାଜକୁ ଜାତି ଓ ସମ୍ପ୍ରଦାୟ ଆଧାରରେ ବିଭାଜିତ କରି କ୍ଷମତା ଦଖଲ ଉଦ୍ୟମ ଚଳାଇଛନ୍ତି ବୋଲି ନୀତୀଶ ଅଭିଯୋଗ କରିଛନ୍ତି।

Hot this week

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

Related Articles

Popular Categories