www.samajalive.in
Saturday, December 13, 2025
18.1 C
Bhubaneswar

ଭୋଜିରେ ସେଓ-ବୁନ୍ଦି ଖାଇ ୩୦ରୁ ଅଧିକ ଶିଶୁ ଅସୁସ୍ଥ

ରାଜଗାଙ୍ଗପୁର : ରାଜଗାଙ୍ଗପୁର ବ୍ଲକ ଅର୍ନ୍ତଗତ କୁଟଣିଆ ପଞ୍ଚାୟତର ଚମରାପଡ଼ା ଗ୍ରାମରେ ଏକ ବାହାଘର ଭୋଜିରେ ମୃଦୁ ପାନୀୟ ପିଇବା ସହିତ ସେଓ-ବୁନ୍ଦି ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ପ୍ରାୟ ୧୦ ଜଣ ମହିଳାଙ୍କ ସହିତ ୩୦ରୁ ଅଧିକ ଶିଶୁଙ୍କ ବାନ୍ତି ହୋଇଥିଲା। କେତେକ ଶିଶୁଙ୍କର ଝାଡ଼ା ମଧ୍ୟ ହୋଇଥିଲା। ଅସୁସ୍ଥମାନଙ୍କୁ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନା ଏବଂ କେତେକ ବେସରକାରୀ ଡାକ୍ତରଖାନା ଅଣାଯାଇ ଚିକିତ୍ସା କରାଯାଉଛି। ଚମରାପଡ଼ା ଗ୍ରାମରେ ମଙ୍ଗଲ ଏକ୍କାଙ୍କ ଘରେ ବାହାଘର ଭୋଜିରେ ଅଖପାଖ ଗ୍ରାମ ସହିତ କଲୁଙ୍ଗା, ଭସ୍ରା, ଡୁଡ଼କାବାହାଲ, ରାଇକାକଚ୍ଛାର ସହିତ ବିଭିନ୍ନ ସ୍ଥାନରୁ ଆସିଥିବା ଅତିଥିମାନଙ୍କୁ ଥଣ୍ଡା ପାନୀୟ ରସ୍‌ନା ଏବଂ ସେଓ-ବୁନ୍ଦି ଖାଇବାକୁ ଦିଆ ଯାଇଥିଲା। ଟିଫିନ ଖାଇବାର କିଛି ସମୟ ପରେ ସେମାନଙ୍କ ମଧ୍ୟରୁ ଅନେକଙ୍କର ପେଟ ଦରଜ ହେବା ସହିତ ବାନ୍ତି ଆରମ୍ଭ ହୋଇଥିଲା। ଅସୁସ୍ଥମାନଙ୍କୁ ୧୦୮ ଆମ୍ବୁଲାନ୍ସ ଏବଂ ବିଭିନ୍ନ ଘରୋଇ ଗାଡ଼ିରେ ରାଜଗାଙ୍ଗପୁର ଡାକ୍ତରଖାନା ଅଣାଯାଇ ଚିକିତ୍ସିତ କରାଯାଇଥିଲା। ଆକ୍ରାନ୍ତ ଶିଶୁଙ୍କ ମଧ୍ୟରୁ କେତକଙ୍କୁ ପ୍ରଥମିକ ଚିକିତ୍ସା ପରେ ଛାଡ଼ି ଦିଆ ଯାଇଥିବା ବେଳେ ଅନ୍ୟମାନଙ୍କୁ ଡାକ୍ତରଖାନାରେ ରଖି ଚିକିତ୍ସା କରାଯାଉଛି।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories