www.samajalive.in
Sunday, December 14, 2025
23.1 C
Bhubaneswar

କେନ୍ଦୁଝର ବିଜେଡି ସାଂସଦ ପ୍ରାର୍ଥିନୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲା : ଆଉ ଜଣେ ଅଭିଯୁକ୍ତ ଗିରଫ

କେନ୍ଦୁଝର : କେନ୍ଦୁଝର ବିଜେଡି ସାଂସଦ ପ୍ରାର୍ଥିନୀ ଚନ୍ଦ୍ରାଣୀ ମୁର୍ମୁଙ୍କୁ ବଦନାମ କରିବା ପାଇଁ ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ମାମଲାରେ ଅନ୍ୟଜଣେ ଅଭିଯୁକ୍ତଙ୍କୁ କେନ୍ଦୁଝର ଟାଉନ ପୁଲିସ ଶୁକ୍ରବାର ଗିରଫ କରିଛି। ଏହି ଗିରଫଦାରୀକୁ ମିଶାଇ ଉକ୍ତ ଘଟଣାରେ ୫ଜଣଙ୍କୁ ପୁଲିସ ଗିରଫ କରିଛି। କେନ୍ଦୁଝର ବିଜେଡି ସାଂସଦ ପ୍ରାର୍ଥିନୀ ସୁଶ୍ରୀ ମୁର୍ମୁଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ ଶୁକ୍ରବାର ଭୁବନେଶ୍ୱରର ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକ ସୀମାଞ୍ଚଳ ପାତ୍ରଙ୍କୁ ଟାଉନ ପୁଲିସ ଗିରଫ କରିଥିବା ସଦର ଏସ୍‍ଡିପିଓ ପ୍ରକାଶ ଜେମସ୍‍ ଟପୋ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ବିଜେଡି ସାଂସଦ ପ୍ରାର୍ଥିନୀ ସୁଶ୍ରୀ ମୁର୍ମୁଙ୍କୁ ବଦନାମ କରିବା ପାଇଁ ଏକ ଅଶ୍ଳୀଳ ଭିଡିଓ ଭାଇରାଲ କରାଯାଇଥିଲା। ଏହି ଘଟଣାରେ ୧୦ ତାରିଖରେ ଟାଉନ ପୁଲିସ ଢେଙ୍କିକୋଟର ଜୟଦେବ ଗିରି ଏବଂ ଶୁଆକାଟି ଅଞ୍ଚଳର ବିଷ୍ଣୁଦତ୍ତ ବାରିକଙ୍କୁ ଗିରଫ କରିଥିଲା। ଏଥିସହ ୧୧ ତାରିଖରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ହରିଶଙ୍କରପୁର ଗ୍ରାମର ଚିନ୍ମୟ ସେନାପତି ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା। ଏହାବାଦ୍‍ ଏହି ମାମଲାରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ପ୍ରଶାନ୍ତ ମିଶ୍ରଙ୍କୁ ଭୁବନେଶ୍ୱରରୁ ପୁଲିସ ଗିରଫ କରିଥିଲା।
ଅପରପକ୍ଷରେ ପୂର୍ବରୁ ଗିରଫ ହୋଇଥିବା ଚାରିଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ ଜିଲା ଜଜ୍ କୋର୍ଟ​​‌ଣେ​‌ା ଜ୍ଜ୍‍କୋର୍ଟରେ ଖାରଜ ହୋଇଯିବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories