www.samajalive.in
Sunday, December 14, 2025
14.1 C
Bhubaneswar

କୋହଲିଙ୍କ ଶତକ : ଆର୍‌ସିବିର ୨ୟ ବିଜୟ

କଲକାତା : ଚଳିତ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟରେ ଶୁକ୍ରବାର ରୋମାଞ୍ଚକର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ବିଜୟୀ ହୋଇଛି। ଆନ୍ଦ୍ରେ ‌ରସେଲ୍‌ ଓ ନୀତୀଶ ରାଣାଙ୍କ ପ୍ରହାରକୁ ପ୍ରତିହତ କରି ଆର୍‌ସିବି ୧୦ ରନ୍‌ରେ କଲକାତା ନାଇଟ ରାଇଡର୍ସ (କେକେଆର୍)କୁ ପରାସ୍ତ କରି ବାଙ୍ଗାଲୋର ୨ୟ ବିଜୟ ହାସଲ କରିଛି। ବିରାଟ କୋହଲିଙ୍କ ଆକ୍ରମଣାତ୍ମକ ଶତକ (୧୦୦ ରନ୍‌) ପରେ ମୋଇନ୍ ଅଲୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ବାଙ୍ଗାଲୋର ୪ ୱିକେଟରେ ୨୧୩ ରନ୍‌ର ପ୍ରଭାବଶାଳୀ ସ୍କୋର୍ କରି ପାରିଥିଲା। ପରେ ନୀତୀଶ ରାଣା ଓ ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ଦୁହେଁ ଲଢ଼ୁଆ ବ୍ୟାଟିଂକରି ଶେଷ ୬ ଓଭରରୁ ୯୩ ରନ୍ ମାରିବା ସତ୍ତ୍ବେ କେକେଆର୍ ୫ ୱିକେଟ ହରାଇ ୨୦୩ ରନ୍ କରି ପାରିଥିଲା। ୯ମ ମ୍ୟାଚ୍‌ରେ ୨ୟ ବିଜୟ ସହ ପ୍ଲେଅଫ୍ ଆଶା ବଜାୟ ରଖିଛି ଆର୍‌ସିବି। ୯ମ ମ୍ୟାଚ୍‌ରେ କେକେଆର୍ ୫ମ ପରାଜୟ ବରଣ କରିଛି।
୨୧୪ ରନ୍ ଲକ୍ଷ୍ୟରେ କେକେଆର୍ ଦୟନୀୟ ଭାବେ ଇନିଂସ ଆରମ୍ଭ କରିଥିଲା। ୫ ଓଭରରେ ୩୩ ରନ୍‌ ସ୍କୋର୍‌ରେ ଏହା ୩ଟି ୱିକେଟ ହରାଇଥିଲା। କ୍ରିସ୍ ଲିନ୍ ୧ ରନ୍‌କରି ବିଦାୟ ନେବା ପରେ ସୁନୀଲ ନାରାୟଣ ୧୬ ବଲ୍‌ରୁ ୪ଟି ଚୌକା ସହ ୧୮ ଏବଂ ଶୁବ୍‌ମାନ ଗିଲ୍‌ ୯ ରନ୍‌କରି ବିଦାୟ ନେଇଥିଲେ। ପରେ ରବିନ୍ ଉଥପ୍ପା ଓ ନୀତୀଶ ରାଣା ଧିରେସୁସ୍ଥେ ଜଗିରଖି ଖେଳିବାରୁ ଆବଶ୍ୟକ ରନ୍‌ହାର ବଢ଼ି ଚାଲିଥିଲା। ୧୨ ଓଭରରେ ସ୍କୋର୍ ୭୯ ରନ୍ ଥିବା ବେଳେ ଉଥପ୍ପା ୨୦ ବଲ୍‌ରୁ ୯ ରନ୍‌କରି ଆଉଟ ହୋଇଥିଲେ। କେକେଆର୍ ପାଇଁ ଏହା ଆଶୀର୍ବାଦ ଭଳି ଥିଲା। ୬ ଓଭରରୁ ୧୧୩ ରନ୍ ଆବଶ୍ୟକ ଥିବା ବେଳେ ଆ​‌େ​‌ନ୍ଦ୍ର ରସେଲ୍‌ ଓ ରାଣା ପ୍ରହାର ଆରମ୍ଭ କରିଥିଲେ। ପରବର୍ତ୍ତୀ ୫ ଓଭରରୁ ୮୯ ରନ୍ ହେବାରୁ ଶେଷ ଓଭରରୁ ୨୪ ରନ୍ ଆବଶ୍ୟକ ଥିଲା। ମୋଇନ୍ ଅଲୀ ବୋଲିଂ କରିଥିବା ଏହି ଓଭରରୁ ୨ଟି ଛକା ସହ ୧୩ ରନ୍ ହୋଇଥିଲା। ଉଭୟ ଦଳଙ୍କ ମଧ୍ୟରେ ପ୍ରଥମ ମୁକାବିଲରେ ଦଳକୁ ଜିତାଇଥିବା ରସେଲ ପୁଣି ଆର୍‌ସିବି ବିପକ୍ଷରେ ବିଧ୍ବଂସୀ ଇନିଂସ ଖେଳି ୨୫ ବଲ୍‌ରୁ ୯ଟି ଛକା ଓ ୨ଟି ଚୌକା ସହ ୬୫ ରନ୍‌କରି ରନ୍‌ଆଉଟ ହୋଇଥିଲେ। ବାମହାତି ନୀତୀଶ ରାଣା ୪୬ ବଲ୍‌ରୁ ୫ଟି ଛକା ଓ ୯ଟି ଚୌକା ସହ ୮୫ ରନ୍‌କରି ଅପରାଜିତ ରହିଥିଲେ। ୯ ବର୍ଷ ପରେ ଆର୍‌ସିବି ପାଇଁ ପ୍ରଥମ ମ୍ୟାଚ୍ ଖେଳିଥିବା ଡେଲ୍‌ ଷ୍ଟେନ୍ ୨ଟି ୱିକେଟ ପାଇଥିଲେ। ବିରାଟ କୋହଲି ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟସ୍ ଜିତି କଲକାତା ନାଇଟ୍ ରାଇଡର୍ସ ଫିଲ୍‌ଡିଂ ନେବା ପରେ ଆର୍‌ସିବି ୬ ଓଭର ପାୱରପ୍ଲେ ଶେଷରେ ୪୨ ରନ୍ କରିଥିଲା। ପାର୍ଥିବ ପଟେଲ ୧୧ ବଲ୍‌ରୁ ୧୧ ରନ୍‌କରି ଆଉଟ ହୋଇଥିଲେ। ପରେ ଅକ୍ଷଦୀପ ନାଥ ଅଧିନାୟକ ବିରାଟ କୋହଲିଙ୍କ ସହ ୪୧ ରନ୍ ଯୋଡ଼ିଥିଲେ। ଅକ୍ଷଦୀପ ୧୫ ବଲ୍‌ରୁ ୧୩ ରନ କରିଥିଲେ। ୯ ଓଭରରେ ଆର୍‌ସିବି ୨ ୱିକେଟରେ ମାତ୍ର ୬୦ ରନ୍ କରି ପାରିଥିଲା। ପରେ ଗିଅର ବଦଳାଇ ଆର୍‌ସିବିର ଦୁଇ ବ୍ୟାଟ୍‌ସମ୍ୟାନ୍ ମୋଇନ୍ ଅଲୀ ଓ ବିରାଟ କୋହଲି ସଟ୍ ଖେଳିବା ଆରମ୍ଭ କରିଥିଲେ। ଫଳରେ ଶେଷ ୧୧ ଓଭରରେ ଆର୍‌ସିବି ୧୫୩ ରନ୍ ନେଇ ପାରିଥିଲା। ବିଶେଷକରି ମୋଇନ୍ କ୍ରିଜ୍‌କୁ ଆସିବା ମାତ୍ରେ ବିଧ୍ବଂସୀ ବ୍ୟାଟିଂ କରିଥିଲେ। ୧୬ଶ ଓଭର ବୋଲିଂ କରିଥିବା କୁଲଦୀପ ଯାଦବଙ୍କୁ ମୋଇନ୍ ପ୍ରଥମ ୫ଟି ବଲ୍‌ରୁ ୨୭ ରନ୍ ନେବା ପରେ ୬ଷ୍ଠ ବଲ୍‌ରେ ଆଉଟ ହୋଇଥିଲେ। କୋହଲିଙ୍କ ସହ ମୋଇନ୍ ୩ୟ ୱିକେଟ ପାଇଁ ୭ ଓଭରରେ ୯୦ ରନ୍ ଯୋଡ଼ିଥିଲେ। ମୋଇନ୍ ୨୮ ବଲ୍‌ରୁ ୬ଟି ଛକା ଓ ୫ଟି ଚୌକା ସହ ୬୬ ରନ୍ କରିଥିଲେ। ପରେ କୋହଲିଙ୍କ ବ୍ୟାଟ୍‌ ଗର୍ଜିଥିଲା ଏବଂ ୪୨ ବଲ୍‌ରୁ ୫୫ ରନ୍ କରିଥିବା କୋହଲି ପରବର୍ତ୍ତୀ ୧୫ ବଲ୍‌ରୁ ୪୫ ରନ୍ ନେଇଥିଲେ। ଶେଷ ଓଭରରେ ଶତକ ପୂରଣ କରିଥିବା କୋହଲି ଶେଷ ବଲ୍‌ରେ ଆଉଟ ହୋଇଥିଲେ। ସେ ୫୮ ବଲ୍‌ରୁ ୪ଟି ଛକା ଓ ୯ଟି ଚୌକା ସହ ୧୦୦ ରନ୍ କରିଥିଲେ। କୋହଲିଙ୍କ ଏହା ୫ମ ଆଇପିଏଲ୍‌ ଶତକ ଥିବା ବେଳେ ଚଳିତ ସଂସ୍କରଣରେ ୫ମ ବ୍ୟାଟ୍‌ସମ୍ୟାନ ଭାବେ କୋହଲି ଶତକ ମାରିଛନ୍ତି। ମାର୍କସ ଷ୍ଟୋଇନିସ୍ ୮ ବଲ୍‌ରୁ ସହ ୧୭ ରନ୍‌କରି ଅପରାଜିତ ଥିଲେ।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories