www.samajalive.in
Sunday, December 14, 2025
14.1 C
Bhubaneswar

ପାକିସ୍ତାନ: ଅହଂଭାବ ଛାଡି ଅର୍ଥନୀତିରେ ଧ୍ୟାନ ଦିଅନ୍ତୁ ଇମ୍ରାନ – ଶେହଵାଜ

ଇସଲାମାବାଦ: ପାକିସ୍ତାନ ମୁସଲିମ ଲିଗ-ନୱାଜ (ପି.ଏମ.ଏଲ.ଏନ) ଅଧକ୍ଷ ତଥା ପାକିସ୍ତାନ ଜାତୀୟ ଆସେମ୍ବ୍ଲି ନେତା ଶେହଵାଜ ସରିଫ କହିଛନ୍ତି, ଗର୍ବ, ଅହଂଭାବ ଏବଂ ଜିଦଖୋର ମନୋବୃତ୍ତି ଯୋଗୁ ପାକିସ୍ତାନ ଅର୍ଥନୀତି ଏଭଳି ଦୁର୍ବଳ ସ୍ଥିତିରେ ପହଞ୍ଚିଛି। ଇମ୍ରାନ ଖାନ ଅହଂଭାବ ପରିହାର କରି ଦେଶର ଅର୍ଥନୀତି ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ ବୋଲି ଶେହଵାଜ କହିଛନ୍ତି। ସେ ଇମ୍ରାନ ସରକାର ଗଠନ କରିବାର ପ୍ରଥମ ଦିନରୁ ଅର୍ଥନୀତି ବିକାଶ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିବା କହିଛନ୍ତି।

ଯଦି ସମୟ ନଷ୍ଟ କରାଯାଇନଥାନ୍ତା, ଦେଶ ଏଭଳି ପ୍ରତିକୂଳ ଅର୍ଥନୈତିକ ପରିସ୍ଥିତିର ସାମ୍ନା କରିନଥାନ୍ତା। ଇତି ମଧ୍ୟରେ ପାକିସ୍ତାନରେ କ୍ୟାବିନେଟ ପୁନର୍ଗଠନ ପୂର୍ବରୁ ଅର୍ଥମନ୍ତ୍ରୀ ଅଶଦ ଉମର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଉମର ଟ୍ୱିଟ କରିଛନ୍ତି ଯେ, ଶକ୍ତି ମନ୍ତ୍ରାଳୟ ଦାୟିତ୍ୱ ନେବାକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିବା ପରେ ସେ କ୍ୟାବିନେଟ ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ସେ କହିଛନ୍ତି, ଇମ୍ରାନ ଖାନ ହିଁ ନୂଆ ପାକିସ୍ତାନ ଗଠନ କରିପାରିବେ।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories