www.samajalive.in
Monday, December 15, 2025
16.1 C
Bhubaneswar

ଆଦିବାସୀ ବହୁଳ କନ୍ଧମାଳରେ ନିର୍ବାଚନ ସରଗରମ

କନ୍ଧମାଳ : ରାଜ୍ୟରେ ଦ୍ୱିତୀୟ ପ୍ରର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ଗୋଟିଏ ଦିନ ବାକି ରହଥିବା ବେଳେ ରାଜ୍ୟ ରାଜନୀତି ଦିନକୁ ଦିନ ସରଗରମ ହେବାରେ ଲାଗିଛି। ଆଦିବାସୀ ବହୁଳ କନ୍ଧମାଳ ଲୋକସଭା ଆସନ ପାଇଁ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିଛି। ଏହି ଲୋକସଭା ଆସନ ପାଇଁ ବିଜେଡି କିଟ୍‍ର ପ୍ରତିଷ୍ଠାତା ତଥା ରାଜ୍ୟସଭା ସାସଂଦ ଡଃ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରିଛି। ସେହିପରି ବିଜେପି ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ବରିଷ୍ଠ ନେତା ଖାରବେଳ ସ୍ୱାଇଁ ଓ କଂଗ୍ରେସ ମନୋଜ କୁମାର ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି। ବହୁଜନ ସମାଜବାଦୀ ପାର୍ଟୀ ଅମିର ନାୟକଙ୍କୁ ମୈଦାନକୁ ଓହ୍ଲାଇ ଥିବା ବେଳେ କମ୍ୟୁନିଷ୍ଟ ପାର୍ଟି ଅଫ୍‍ ଇଣ୍ଡିଆ(ଏମଏଲ)ରୁ ଟୁନା ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ନିର୍ବାଚନ ଯେତେ ପାଖେଇ ଆସୁଛି କନ୍ଧମାଳର ତ୍ରୀମୁଖୀ ଲଢେଇ ବିଜେଡି ଓ ବିଜେପି ମଧ୍ୟରେ ସୀମିତ ହୋଇଯାଉଛି।
୨୦୦୮ ମସିହାରେ କନ୍ଧମାଳର ବିଶ୍ୱ ହିନ୍ଦୁ ପରିଷଦର ନେତା ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକୁ ନେଇ ଦଙ୍ଗା ସୃଷ୍ଟି ହୋଇଥିଲା। ପରେ ଏହି ଘଟଣାକୁ ନେଇ ବିଜେଡି ବିଜେପି ଦୂରେଇ ଯାଇଥିଲେ। ସୀମା ନିର୍ଦ୍ଧାରଣ କମିଶନଙ୍କ ଅନୁମୋଦନ ପରେ ୨୦୦୮ରେ ଏହି ଲୋକସଭା ଆସନ ଗଠନ ହୋଇଥିଲା। ୨୦୦୯ରେ ଏହି ଲୋକସଭା ଆସନରେ ପ୍ରଥମ ଥର ପାଇଁ ମତଦାନ କରାଯାଇଥିଲା।
କନ୍ଧମାଳ ଲୋକସଭା ଆସନରେ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡିର ହେମେନ୍ଦ୍ର ଚରଣ ସିଂହ ବିଜୟ ଲାଭ କରିଥିଲେ। ନିର୍ବାଚନର ୪ ମାସ ପରେ ହେମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ପରେ ଏହି ଲୋକସଭା ଆସନ ପାଇଁ ସେପ୍ଟେମ୍ବର ୫ ତାରିଖରେ ସାନି ମତଦାନ କରାଯାଇଥିଲା। ସେହି ସମୟରେ ବିଜେଡି ଏହି ଲୋକସଭା ନିର୍ବଚନ ପାଇଁ ହେମନ୍ଦ୍ରଙ୍କ ପତ୍ନୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ମୈଦାନକୁ ଓହ୍ଲାଇ ଥିଲା। ପ୍ରତ୍ୟୁଷା ବିରୋଧୀଙ୍କ ଠାରୁ ପାଖାପାଖି ୩ ଲକ୍ଷ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।
ଚଳିତ ଲୋକସଭା ନିର୍ବାଚନରେ କନ୍ଧମାଳ ଲୋକସଭା ଆସନ ପାଇଁ ୫ଜଣ ପ୍ରାର୍ଥୀ ରହିଛନ୍ତି। ବିଜେଡି ଏହି ଲୋକସଭା ଆସନ ପାଇଁ ଚଳିତ ଥର ପ୍ରତ୍ୟୁଷା ରାଜେଶ୍ୱରୀଙ୍କ ଟିକେଟ କାଟି ଡଃ ଅଚ୍ୟୁତ ସାମନ୍ତଙ୍କୁ ଟିକେଟ ପ୍ରଦାନ କରିଛି। ବର୍ତ୍ତମାନ ପ୍ରତ୍ୟୁଷା ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି।
ଡଃ ସାମନ୍ତ ୨୭ ହଜାର ଆଦିବାସୀ ପିଲାଙ୍କ ପାଇଁ ମୁକ୍ତ ଶିକ୍ଷା ପ୍ରଦାନ କରିଛନ୍ତି। ଯାହା ଏହି ଲୋକସଭା ଆସନରେ ତାଙ୍କୁ ଭୋଟ ବ୍ୟାଙ୍କ ପାଇଁ ସାହାଯ୍ୟ କରିବ ବୋଲି ଅନୁମାନ କରାଯାଉଛି।
ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନା ଓ ଜାତୀୟ ସୁରକ୍ଷା ପ୍ରସଙ୍ଗକୁ ନେଇ ବିଜେପି ପ୍ରାର୍ଥୀ ଖାରବେଳ ସ୍ୱାଇଁ ଲୋକଙ୍କୁ ଭୋଟ ମାଗୁଛନ୍ତି। ସେହିପରି କଂଗ୍ରେସ ମନୋଜ ଆଚାର୍ଯ୍ୟ ରାଜ୍ୟ ସରକାରଙ୍କ ବିରୋଧୀ ହ୍ୱାୱାକୁ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି।
କନ୍ଧମାଳ ଲୋକସଭା ଆସନରେ ୧୨.୫୯ ଭୋଟର ରହିଛନ୍ତି। କନ୍ଧ ଜନଜାତି ଏହାର ମୂଳ ନିବାସୀ ବୋଲି ବିବେଚନା କରାଯାଏ। ଏହାବ୍ୟତୀତ ଏହି ଆସନରେ ପାନୋସ ଜନଜାତି ଓ ବହୁ ସଂଖ୍ୟାରେ ଖ୍ରୀଷ୍ଟିଆନ ରହିଥାନ୍ତି। ତେବେ ଆଦିବାସୀ ବହୁଳ ଏହି ଲୋକସଭା କ୍ଷେତ୍ରରେ କିଏ ଆଦିବାସୀଙ୍କ ଆଶାରେ ଛିଡା ହୋଇପାରୁଛି ତାହା ପରବର୍ତ୍ତୀ ସମୟ କହିବ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories