www.samajalive.in
Saturday, December 13, 2025
26.1 C
Bhubaneswar

୨୩୦୦କୋଟିରେ ହେବ ନୋଟ୍ରେଡେମ ଗୀର୍ଜାର ପୁନଃନିର୍ମାଣ

ପ୍ୟାରିସ: ଫ୍ରାନ୍ସ ରାଜଧାନୀ ପ୍ୟାରିସସ୍ଥିତ ନୋଟ୍ରେଡେମ ଗୀର୍ଜାରେ ଅଗ୍ନିକାଣ୍ଡ ଘଟି ଗୀର୍ଜାର ଉପର ଭାଗ ସମ୍ପୂର୍ଣ ଜଳିଯାଇଛି। ଦମକଳବାହିନୀ କର୍ମଚାରୀ ୧୫ ଘଣ୍ଟା ପରିଶ୍ରମ କଲାପରେ ନିଆଁକୁ ଆୟତ୍ତ କରିଥିଲେ। ସେଠାକାର ଅଧିକାରୀମାନେ କହିଛନ୍ତି ଯେ ୮୫୦ ବର୍ଷ ପୁରୁଣା ସେହି ଗୀର୍ଜାର ଅନ୍ୟାନ୍ୟ ଅଂଶ ସୁଦୃଢ଼ ଏବଂ ସୁରକ୍ଷିତ ରହିଛି। ଗୀର୍ଜାର ଟାୱାର ମଧ୍ୟ ସୁରକ୍ଷିତ ରହିଛି। ବର୍ତ୍ତମାନ ସୁଦ୍ଧା ଗୀର୍ଜା ଭିତରେ ହୋଇଥିବା ତୈଳଚିତ୍ରଗୁଡିକ କେତେ କ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନି।

ଇତି ମଧ୍ୟରେ ଫ୍ରାନ୍ସର ଜଣେ ଧନୀ ବ୍ୟବସାୟୀ ନୋଟ୍ରେଡେମର ପୁନଃନିର୍ମାଣ ପାଇଁ ୧୫୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହା ଛଡା ହଲିଉଡ଼ ଅଭିନେତ୍ରୀ ସଲମା ହାଏକଙ୍କ ସ୍ୱାମୀ ଫ୍ରାନ୍ସିସ ହେନେରୀ ୭୮୬ କୋଟି ଟଙ୍କା ଚାନ୍ଦା ଦେବାକୁ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ସେହି ଗୀର୍ଜାର ପଥରଗୁଡିକରେ ଫାଟ ସୃଷ୍ଟି ହେବାରୁ ମରାମତି କାର୍ଯ୍ୟ ହେଉଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories