www.samajalive.in
Wednesday, December 10, 2025
26.1 C
Bhubaneswar

ଏନଡି ତିୱାରୀଙ୍କ ପୁଅ ରୋହିତଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିୱାରୀଙ୍କ ପୁଅ ରୋହିତ ଶେଖରଙ୍କ ମଙ୍ଗଳବାର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ହୃଦ୍‍ଘାତ ବୋଲି କୁହାଯାଉଛି। ସାକେତ ମ୍ୟାକ୍ସ ଡାକ୍ତର ତାଙ୍କୁ ସନ୍ଧ୍ୟା ୫ଟା ୫୦ ସମୟରେ ମୃତ ଘୋଷଣା କରିଥିଲେ। ଦକ୍ଷିଣ ଦିଲ୍ଲୀ ଡିସିପି ବିଜୟ କୁମାର ଏହା ପ୍ରକାଶ କରିଛନ୍ତି।
ରୋହିତ ଶେଖର ଦିଲ୍ଲୀର ଡିଫେନ୍ସ କଲୋନିରେ ରହୁଥିଲେ। ମା’ ଏବଂ ପତ୍ନୀ ତାଙ୍କୁ ସାକେତ ମ୍ୟାକ୍ସ ହସ୍ପିଟାଲକୁ ନେଇ ପହଞ୍ଚିଥିଲେ। ଗତ ବର୍ଷ ଅକ୍ଟୋବର ୧୮ରେ ନାରାୟଣ ଦତ୍ତ ତିୱାରୀଙ୍କ ପରଲୋକ ଘଟିଥିଲା। ସେହି ଦିନ ତାଙ୍କ ଜନ୍ମ ଦିନ ମଧ୍ୟ ଥିଲା। ଦୀର୍ଘ ଦିନର ଆଇନଗତ ଲଢେଇ ପରେ ଏନ୍‍.ଡି ତିୱାରୀ ରୋହିତଙ୍କୁ ନିଜର ପୁଅ ବୋଲି ସ୍ୱୀକାର କରିଥିଲେ।
୨୦୦୮ରେ ରୋହିତ ଶେଖର ମୋକଦମା ଦାଏର କରି ଏନ.ଡି ତିୱାରୀଙ୍କୁ ନିଜ ବାପା ବୋଲି ଦାବି କରିଥିଲେ। ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ଏନ୍‍ଡି ତିୱାରୀଙ୍କ ଡିଏନଏ ମ୍ୟାପିଂ କରିବାକୁ ରାୟ ଦେଇଥିଲେ। ୨୦୧୨ ଜୁଲାଇ ୨୭ରେ ଦିଲ୍ଲୀ ହାଇକୋର୍ଟ ଡିଏନଏ ପରୀକ୍ଷା ରିପୋର୍ଟକୁ ସାର୍ବଜନୀନ କରିଥିଲେ। ଡିଏନଏ ପରୀକ୍ଷା ଅନୁସାରେ ଏନ୍‍ଡି ତିୱାରୀ ରୋହିତଙ୍କ ବାପା ବୋଲି କୋର୍ଟ ଘୋଷଣା କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories