www.samajalive.in
Friday, December 12, 2025
27.1 C
Bhubaneswar

ଟିକ୍‌ଟକ୍‌ ଆପ୍‌ ଉପରେ କଟକଣା; ପ୍ଲେ ଷ୍ଟୋରରୁ ଆପ୍‌ ହଟାଇବାକୁ ଗୁଗଲ ଓ ଆପଲକୁ ସରକାରଙ୍କ ନିର୍ଦେଶ

ନୂଆଦିଲ୍ଲୀ: ଚୀନ ଭିଡିଓ ଆପ୍‌ ଟିକ୍‌ଟକ୍‌ ଉପରେ ଶେଷରେ ସରକାର କଟକଣା ଲଗାଇଛନ୍ତି। ନିଜ ପ୍ଲେ ଷ୍ଟୋରରୁ ଏହି ଆପ୍ଲିକେଶନକୁ ହଟାଇବାକୁ  ଗୁଗଲ ଏବଂ ଆପଲକୁ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଗତ ଏପ୍ରିଲ ୩ ତାରିଖରେ ମାଡ୍ରାସ ହାଇକୋର୍ଟ ଟିକ୍‌ଟକ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏଭଳି ଆପ୍‌ ଜରିଆରେ ଅଶ୍ଳୀଳ ଏବଂ ଅନୁଚିତ ସାମଗ୍ରୀ ଉପଲବ୍ଧ ହେଉଥିବା ଦର୍ଶାଇ ହାଇକୋର୍ଟ ଚିନ୍ତାବ୍ୟକ୍ତ କରିଥିଲେ। ଏପରି କି ଟିକ୍‌ଟକ ଭିଡିଓ କ୍ଲିପକୁ ଶେୟାର ନ କରିବାକୁ ଅନ୍ତରୀଣ ନିର୍ଦେଶ ଦେଇଥିଲେ। ତେ​‌ବେ କେନ୍ଦ୍ର ସରକାର ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେବା ସହ ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି କହିଥିଲେ। ଫଳରେ ହାଇକୋର୍ଟଙ୍କ ରାୟ ଆଧାରରେ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

- Advertisement -

ଅନ୍ୟପଟେ ମାଡ୍ରାସ ହାଇକୋର୍ଟଙ୍କ ଆଦେଶ ଏକତରଫା ଏବଂ ଭେଦଭାବପୂର୍ଣ୍ଣ ବୋଲି କମ୍ପାନୀ ପକ୍ଷରୁ ଦର୍ଶାଯାଇଛି। ଆପ୍‌ ଜରିଆରେ ଅଶ୍ଳୀଳ ଏବଂ ଅନୁଚିତ ସାମଗ୍ରୀର ଉପଲବ୍ଧଦା ପାଇଁ କମ୍ପାନୀକୁ ଦାୟୀ କରାଯାଇପାରିବ ନାହିଁ ବୋଲି ଟିକ୍‌ଟକ ପକ୍ଷରୁ କୁହାଯାଇଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories