www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରଚାର କଟକଣା ପରେ ହନୁମାନ ଚାଳିଶା ପାଠ କଲେ ଯୋଗୀ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଚାର ଉପରେ କଟକଣା ଲାଗିବା ପରେ ସେ ମନ୍ଦିରରେ ହନୁମାନ ଚାଳିଶା ପାଠ କରୁଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ସକାଳେ ହନୁମାନ ସେତୁ ସ୍ଥିତ ମନ୍ଦିରରେ ପହଞ୍ଚି ବିଧି ଅନୁଯାୟୀ ପୂଜାର୍ଚ୍ଚନା କରିବା ସହ ହନୁମାନ ଚାଳିଶା ପାଠ କରିଥିଲେ । ଯୋଗୀ ଆଦିତ୍ୟନାଥ ଏହି ମନ୍ଦିରରେ ପ୍ରାୟ ୨୦ ମିନିଟ୍ ପର୍ଯ୍ୟନ୍ତ ରହିଥିଲେ । ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମକୁ ମଧ୍ୟ ଯୋଗୀ କୌଣସି ପ୍ରତିକ୍ରିୟା ଦେଇନଥିଲେ । କେବଳ ସ୍ମିତହାସ୍ୟ ଦେଇ ସେଠାରେ ଚାଲି ଯାଇଥିଲେ । ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ସେଠାରେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗରେ ନିର୍ବାଚନ କମିଶନ ବିଏସପି ସୁପ୍ରିମୋ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଉଭୟଙ୍କ ନିର୍ବାଚନୀ ପ୍ରଚାର ଉପରେ କଟକଣା ଜାରି କରାଯାଇଛି । ଯୋଗୀ ୭୨ଘଣ୍ଟା ଏବଂ ମାୟାବତୀ ୪୮ ଘଣ୍ଟା ପର୍ଯ୍ୟନ୍ତ କୌଣସି ପ୍ରକାର ପ୍ରଚାର କାର୍ଯ୍ୟରେ ଯୋଗ ଦେଇ ପାରିବେ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦେଶ ଦେଇଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories