ଗୋପାଳପୁର : ଗୋଳନ୍ଥରା ଥାନା ପୁଲିସ ସୋମବାର ବିଳମ୍ବିତ ରାତିରେ ଏକ ଅପରାଧୀ ଗ୍ୟାଙ୍ଗକୁ ଧରିଛି। ସେମାନେ ରଣ୍ଢା-ଟିକରଡା ରାସ୍ତାରେ ଏକ ନିର୍ମାଣଧୀନ କୋଠାରେ ଡକାୟତ ଯୋଜନା କରୁଥିଲେ। ସେତେବେଳେ ପୁଲିସ ଗ୍ୟାଙ୍ଗର ୭ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ୨ଟି ବୋମା, ୨ଟି ଖଣ୍ଡା, ଗୋଟିଏ ଲୁହା ରଡ ଜବତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଗିରଫ ହୋଇଥିବା ଅପରାଧୀମାନେ ହେଲେ କୁନା ବେହେରା, ସୁରଜ ପରିଡା, ତୋଫାନ ଦାସ, ଲିଲୁ ଦଳାଇ, ଅମର କୁମାର ଦଳାଇ, ବିକ୍ରମ ଦାସ ଓ ମନୋଜ ଦାସ। ଏ ଘଟଣା ସମ୍ପର୍କରେ ଥାନା ଆଇଆଇସି ବାବୁଲି ନାୟକ ସୂଚନା ଦେଇଛନ୍ତି।
Popular Categories



