ଗୁଜରାଟ ଦଙ୍ଗା: ବାବୁ ବଜରଙ୍ଗୀ ଦୋଷୀ ସାବ୍ୟସ୍ତ

0

ଅହମ୍ମଦାବାଦ: ୨୦୦୨ ଗୁଜରାଟ ଦଙ୍ଗା ଘଟଣାରେ ଗୁଜରାଟ ହାଇକୋର୍ଟ ବାବୁ ବଜରଙ୍ଗୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ ଜେଲ୍‍ ଦଣ୍ଡାଦେଶ ଦେଇଛନ୍ତି। ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ମାୟା କୋଡନାନି ଓ ଗନପତ୍‍ ଛାରା, ହରେଶ ଛାରାଙ୍କୁ ହାଇକୋର୍ଟ ନିର୍ଦୋଷ ଘୋଷଣା କରିଛନ୍ତି। ଏହାପୂର୍ବରୁ ୨୦୧୨ରେ ଏକ ଟ୍ରାଏଲ୍‍ କୋର୍ଟ ବଜରଙ୍ଗୀଙ୍କ ସମେତ ୩୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଥିବା ବେଳେ ସାକ୍ଷ୍ୟ ପ୍ରମାଣ ଅଭାବରୁ ୨୯ ଜଣଙ୍କୁ ନିର୍ଦୋଷ ବୋଲି ରାୟ ଦେଇଥିଲେ। ମାୟାଙ୍କୁ ୨୮ ବର୍ଷ ଜେଲ୍‍ ଦଣ୍ଡାଦେଶ ହୋଇଥିଲା। ଏହି ରାୟ ବିରୋଧରେ ମାୟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Leave A Reply