www.samajalive.in
Sunday, December 14, 2025
26.1 C
Bhubaneswar

ବେଆଇନ ମଦ କାରବାର ବନ୍ଦ ପାଇଁ ଶୋଭାଯାତ୍ରା

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ରେଙ୍ଗାଲି ଥାନା ବାଦିମାଲ ପଞ୍ଚାୟତ ଅନ୍ତର୍ଗତ ବଡ଼ଧରା ଗ୍ରାମରେ ବେଆଇନ ମଦ କାରବାର ବିରୋଧ କରିବାକୁ ଯାଇଥିବା କେତେକ ବ୍ୟକ୍ତିଙ୍କୁ ମଦ ମାଫିଆମାନେ ମାରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଗୁରୁତର ଆହତ ବ୍ୟକ୍ତିମାନଙ୍କ ମଧ୍ୟରୁ ବଡ଼ଧରା ଗ୍ରାମର ଶତ୍ରୁଘନ ପଧାନ (୨୭), ବସୁଦେବ ପଧାନ (୬୦) ଓ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ହେମକୁମାର ପ୍ରଧାନ (୪୮) ବୋଲି ଜଣାପଡ଼ିଛି। ଏପରିକି ମଦ ମାଫିଆମାନେ ଠେଙ୍ଗା, ଟାଙ୍ଗିଆ, ଭୁଜାଲି ଆଦି ବିଭିନ୍ନ ଅସ୍ତ୍ର ଯୋଗେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ହେମକୁମାର, ବସୁଦେବ ଓ ଶତ୍ରୁଘନଙ୍କ ଶରୀରରେ ଏକାଧିକ ସ୍ଥାନରେ ଗଭୀର ଆଘାତ ହୋଇଥିବାରୁ ସେମାନେ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ରେଙ୍ଗାଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ହେମକୁମାର, ବସୁଦେବ ଓ ଶତ୍ରୁଘନଙ୍କୁ ଗୁରୁତର ଆହତ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲା ସଦର ହସ୍ପିଟାଲକୁ ପଠାଯାଇ ସେଠାରେ ଚିକିତ୍ସା ଆରମ୍ଭ କରାଯାଇଛି।
ଏନେଇ ବଡ଼ଧାରା ଗ୍ରାମରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲା। ଶତାଧିକ ମହିଳା ଓ ପୁରୁଷ ଏକ ମଦ ବିରୋଧି ଶୋଭାଯାତ୍ରା ବାହାର କରିବା ସହିତ କନକତୋରା ଫାଣ୍ଡିରେ ଧାରଣା ଦିଆଯାଇଥିଲା। ବିରୋଧକାରୀଙ୍କ ଅଭିଯୋଗ ଯେ, ବଡ଼ଧରା ଗ୍ରାମର ଖଜୁରିଆପଡ଼ା ଅଂଚଳରେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର କେତେକ ବ୍ୟକ୍ତି ଦୀର୍ଘ ବର୍ଷରୁ ବେଆଇନ ମଦ କାରବାର ଜାରି ରଖିଛନ୍ତି। ଏହା ଯୋଗୁଁ ଅଞ୍ଚଳରେ ବିଭିନ୍ନ ଅପରାଧିକ ମାମଲା ବୃଦ୍ଧି ପାଉଥିବା ସହିତ ଅନେକ ପରିବାରରେ ଅଶାନ୍ତିର ବାତାବରଣ ଲାଗି ରହୁଛି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଥାନାରେ ଅନେକ ଥର ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଆନ୍ଦୋଳନକାରୀ ପ୍ରକାଶ କରିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ପୁଲିସର ସହାୟତାରେ ଏହି ଅଞ୍ଚଳରେ ବେଆଇନ ମଦ କାରବାରକୁ ବନ୍ଦ କରିବା ପାଇଁ ନିଷ୍ପିତ୍ତିି ଗ୍ରହଣ କରାଯାଇଥିଲା।
ଖବର ପାଇ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଓ ବିଜେଡି ନେତା କିଶୋର ମହାନ୍ତି ଜିଲା ସଦର ହସ୍ପିଟାଲରେ ପଂହଚି ଆହତଙ୍କୁ ସାକ୍ଷାତ କରିଛନ୍ତି। ମଦ ମାଫିଆଙ୍କ କାର୍ଯ୍ୟକଳାପ ଓ ପୁଲିସ ପ୍ରଶାସନର ଅଣଦେଖାକୁ ବିରୋଧ କରି ବଡ଼ଧରାର ଶତାଧିକ ମହିଳା ସାମିଲ ହୋଇ ଶନିବାର ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ବାହାର କରାଯାଇ କନକତୋରା ଫାଣ୍ଡି ଆଗରେ ଧାରଣା ଦିଆଯାଇଥିଲା। ବେଆଇନ ମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଆନ୍ଦୋଳନାକାରୀଙ୍କ ପକ୍ଷରୁ ଦାବି କରାଯାଇଛି। ଏଥି ସହିତ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯାଇ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ତେବେ ଏନେଇ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ କୌଣସି ବିହିତ ପଦକ୍ଷେପ ଗ୍ରହଣ କରାନଗଲେ ଭବିଷ୍ୟତ ବଡ଼ଧରା ଗ୍ରାମରେ କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ହେଲେ ଏହା ପାଇଁ କେବଳ ପ୍ରଶାସନ ଦାୟୀ ହେବ ବୋଲି ଆନ୍ଦୋଳନକାରୀ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି। ପ୍ରକାଶ ଥାଉକି, ଗତ ବର୍ଷ ନଭେମ୍ବର ୨୧ ତାରିଖ ଦିନ ବାଦିମାଲ ସରପଞ୍ଚ ବୈଦେହୀ ପଧାନଙ୍କ ଅଧ୍ୟକ୍ଷତାରେ ବଡ଼ଧରା ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଗ୍ରାମରେ ବେଆଇନ ମଦ କାରବାର ଦ୍ୱାରା ଅଶାନ୍ତି ଲାଗିରହୁଥିବାରୁ ବୈଠକରେ ବେଆଇନ ମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତି ନିଆଯିବା ସହିତ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଚାର କରାଯାଇଥିଲା। ଶତାଧିକ ଗ୍ରାମବାସୀଙ୍କ ସ୍ୱାକ୍ଷରରେ ଝାରସୁଗୁଡ଼ା ଜିଲାପାଳ ତଥା ନିର୍ବାଚନୀ ଅଧିକାରୀ ଏବଂ ଅନ୍ୟ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories