www.samajalive.in
Sunday, December 14, 2025
14.1 C
Bhubaneswar

ପାକିସ୍ତାନରେ ବିସ୍ଫୋରଣ, ୨୧ ମୃତ

ଇସ୍‌ଲାମାବାଦ: ପାକିସ୍ତାନର କ୍ୱେଟା ଅନ୍ତର୍ଗତ ହାଜରଗଞ୍ଜି ପରିବା ମାର୍କେଟରେ ଶୁକ୍ରବାର ବିସ୍ଫୋରଣ ଘଟି ୨୧ ଜଣ ପ୍ରାଣ ହରାଇଛନ୍ତି ଓ ୫୦ ଜଣ ଆହତ ହୋଇଛନ୍ତି। ଏଠାକାର ହାଜରା ସମ୍ପ୍ରଦାୟକୁ ଟାର୍ଗେଟ କରି ଏହି ବିସ୍ଫୋରଣ ଘଟା ଯାଇଥିଲା ବୋଲି ଡିଆଇଜି ଅବଦୁଲ ରଜାକ ଛିମା ସୂଚନା ଦେଇଥିବା ଏଠାକାର ପ୍ରମୁଖ ଗଣମାଧ୍ୟମ ‘ଡନ୍‌’ ଖବର ପ୍ରକାଶ କରିଛି। ସୂଚନା ଅନୁସାରେ ଏଠାକାର ଏକ ଦୋକାନରେ ଥିବା ଆଳୁ ବସ୍ତା ଭିତରେ ବୋମା ଖଞ୍ଜାଯାଇଥିଲା। ତେବେ ଏହା ଟାଇମ ବୋମା ଅଥବା ରିମୋଟ କଣ୍ଟ୍ରୋଲ ପରିଚାଳିତ ବୋମା ତାହା ସ୍ପଷ୍ଟ ହୋଇ ନ ଥିବା ଡିଆଇଜି କହିଛନ୍ତି। ମୃତକଙ୍କ ମଧ୍ୟରେ ବେଲୁଚିସ୍ତାନ ରାଜଧାନୀ ​‌େ​‌କ୍ବଟ୍ଟାର ୭ ଜଣ ଅନ୍ତର୍ଭୁକ୍ତ। ଏମାନେ ହାଗରା ସମ୍ପ୍ରଦାୟର ବୋଲି କୁହାଯାଉଛି। ବିସ୍ଫୋରଣରେ ଆଖପାଖ ଅଟ୍ଟାଳିକାଗୁଡିକ ଧ୍ବଂସ ହୋଇଯାଇଛି। ଉଦ୍ଧାରକାରୀଦଳ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ବାଲାନ ମେଡିକାଲରେ ଭର୍ତ୍ତି କରିଛନ୍ତି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ସୁରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ଜାମ କମଳ ଏହି ଆକ୍ରମଣର ଦୃଢ ନିନ୍ଦା କରିଛନ୍ତି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories