www.samajalive.in
Sunday, December 14, 2025
18.1 C
Bhubaneswar

ରାଜ୍ୟରେ ୧ନଂ ହେବ ମାହାଙ୍ଗା ନିର୍ବାଚନ ମଣ୍ଡଳୀ – ପ୍ରତାପ ଜେନା

ନେମାଳ: ଓଡିଶାର ଉନ୍ନତି ଓ ପ୍ରଗତି ଜରିଆରେ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ବିଜେଡି ସରକାର ସଦାସର୍ବଦା ଚେଷ୍ଟିତ। ସମସ୍ତଙ୍କ ଉନ୍ନତି ନିମନ୍ତେ ରାଜ୍ୟସରକାର ବ୍ୟାପକ ଜନକଲ୍ୟାଣ ମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗାଁକୁ ସହରଭଳି ଗଢି ତୋଳିବା ଓ ପ୍ରତ୍ୟେକଙ୍କୁ କାମ ଯୋଗାଇ ଦେବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ, ଗ୍ରାମାଞ୍ଚଳରେ ଥିବା ନାନାବିଧ ସମସ୍ୟା ସମାଧାନ କ୍ଷେତ୍ରରେ ପ୍ରତ୍ୟେକ ଜନସାଧାରଣଙ୍କର ଗୁରୁ ଦାୟିତ୍ୱ ରହିଛି ବୋଲି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ପ୍ରାର୍ଥୀ ତଥା ମନ୍ତ୍ରୀ ପ୍ରତାପ ଜେନା ହକ୍‍ ମାଗୁଛି ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଇ ମତ ପ୍ରକାଶ କରିଛନ୍ତି। ଦ୍ୱିପାଞ୍ଚଳର ଦାଉଦପୁର, ଝାଡେଶ୍ୱରପୁର, ନଗସପୁର ଆଦି ବିଭିନ୍ନ ପଞ୍ଚାୟତରେ କର୍ମୀ ବୈଠକ କରିବା ହକ୍‍ ମାଗୁଛି ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଇ ଦୀର୍ଘ ୧୯ ବର୍ଷର ଶାସନ କାଳ ମଧ୍ୟରେ ଗାଁ ଗାଁକୁ କାମ, ପ୍ରତ୍ୟେକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ସ୍ୱାବଲମ୍ବୀ କରାଇବା , ପ୍ରତ୍ୟେକଙ୍କୁ ପକ୍କାଘର ପ୍ରଦାନ କରିବା, ନିର୍ମାଣ ଶ୍ରମିକଙ୍କୁ ସେମାନଙ୍କର ଦାବି ମୁତାବକ ସମସ୍ତ ଯୋଜନା ପୂରଣ କରିବା, ସର୍ବୋପରି ନିଶ୍ଚିନ୍ତକୋଇଲି, ମାହାଙ୍ଗା ନିର୍ବାଚନ ମଣ୍ଡଳୀକୁ ରାଜ୍ୟରେ ୧ ନଂ ନିର୍ବାଚନ ମଣ୍ଡଳୀ ଭାବେ ଗଢି ତୋଳିବା ଲକ୍ଷ୍ୟ ପୂରଣ କରିବା ନିତାନ୍ତ ଆବଶ୍ୟକ ବୋଲି ଶ୍ରୀ ଜେନା ମତ ଦେଇଛନ୍ତି। ବିଗତ ଦିନରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ପ୍ରାୟ ୨ ଲକ୍ଷ ଭୋଟର ରାଜ୍ୟସରକାରଙ୍କ ସଙ୍ଗରେ ରହି ମାହାଙ୍ଗାକୁ ଯେଭଳି ଭାବରେ ପୂର୍ଣ୍ଣମାନ୍ୟତା ଦେବାରେ ସହଯୋଗ କରିଥିଲେ ସେହି ଅକୁଣ୍ଠସହଯୋଗ ଆଗାମୀ ଦିନରେ ବଳବତ୍ତର ରହିବା ଆବଶ୍ୟକତା ହୋଇପଡିଛି।

ବିଗତ ଶାସନ କାଳ ସମୟରେ ରାଜ୍ୟ ସରକାର ଗାଁର ଉନ୍ନତି କରିଥିବା ସହ କେନ୍ଦ୍ର ସରକାର ଲୋକମାନଙ୍କୁ ବିଭିନ୍ନ ସମୟରେ ନାନା ପ୍ରକାର ହଇରାଣ ହରକତ କରୁଥିବା ଶ୍ରୀ ଜେନା ଅଭିଯୋଗ କରିଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ ମାହାଙ୍ଗାକୁ ରାଜ୍ୟରେ ୧ ନଂ ନିର୍ବାଚନ ମଣ୍ଡଳୀ ଭାବେ ଗଢିତୋଳିବାକୁ ହେଲେ ଚଳିତ ନିର୍ବାଚନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା ରଖିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories