www.samajalive.in
Saturday, December 13, 2025
26.1 C
Bhubaneswar

୧୯୭୦ବୋତଲ କୋରେକ୍ସ ଜବତ, ୧ ଗିରଫ – ମୁଖ୍ୟ ଅଭିଯୁକ୍ତ ଫେରାର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲାର ବିଭିନ୍ନ ସ୍ଥାନକୁ ବେନିୟମ ଭାବରେ କୋରେକ୍ସ ସିରଫ ଯୋଗାଉଥିବା ଏକ ରାକେଟର ପୋଲିସ ପର୍ଦାଫାସ କରିଛି। ଝାରସୁଗୁଡ଼ା ପୋଲିସ ବିପୁଳ ମାତ୍ରାରେ ଏହି ନିଶାଦ୍ରବ୍ୟ ଜବତ କରିବା ସହିତ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ମିଳିଥିବା ସୂଚାନା ଅନୁସାରେ ଝାରସୁଗୁଡ଼ା ବେହେରାପାଟ ଏସ୍‍ଏ୍‍ ୧୦ ନିକଟସ୍ତ ଏକ ଗ୍ୟାରେଜର କୋରେକ୍ସ (ୱିନସିରେକ୍ସ) ନାମକ ସିରଫ ରଖି ଜିଲ୍ଲାର ବିଭିନ୍ନ ପାନଦୋକାନ, ତେଜରାତି ଦୋକାନମାନଙ୍କୁ ସପ୍ଲାଇ କରାଯାଉଥିଲା। ପୋଲିସ ଚଢ଼ାଉକରି ଗ୍ୟାରେଜ ଭିତରୁ ୨୦ଟି କାଟୁନରେ ୧୯୭୦ଟି କୋରେକ୍ସ ବୋତଲ ପୋଲିସ ଜବତ କରିବାରେ ସକ୍ଷମ ହୋଇଛି। ଏହି ନିଶାଦ୍ରବ୍ୟର ମୁଲ୍ୟ ୧ ଲକ୍ଷ ୭୦ ହଜାର ହେବ। କୋରେକ୍ସ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ଏଜାଜ୍‍ ଅହମ୍ମଦ (୩୦)କୁ ଗିରଫ କରିଛି। ଏଜାଜ୍‍ର ଘର ଝାରଖଣ୍ଡର ସିଂହଭୁଙ୍ଗ ଜିଲା ମୁସାବନି ଥାନା ଅନ୍ତର୍ଗତ ବଦିଆ ଗ୍ରାମର ବୋଲି ଜଣାପଡ଼ିଛି। ଏହି ନିଶାକାରବାର ମୁଖ୍ୟ ତଥା ମାଷ୍ଟର ମାଇଣ୍ଡ ଝାରସୁଗୁଡ଼ା ମଙ୍ଗଳବଜାରର ଆଶିଫ ଖାନ ଫେରାର ହୋଇଯାଇଛି। ଏହି କଫସିରଫକୁ ବସ ଯୋଗେ ଝାଡ଼ଖଣ୍ଡରୁ ଆଣି ଜିଲାର ବିଭିନ୍ନ ସ୍ଥାନକୁ ଯୋଗାଯାଉଥିବା ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories