ସଡ଼କ ଦୁର୍ଘଟଣାରେ ୫ଆହତ
ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା କହ୍ନେଇଁବନ୍ଧ ନିକଟ ରାଜ୍ୟ ରାଜପଥ ୧୯ରେ ଏକକାଳୀନ ସ୍କୁଟର, ସାଇକେଲ ଓ ବାଇକ ମଧ୍ୟରେ ଧକାରେ ଜଣେ ଗୁରୁତର ହୋଇଥିଲାବେଳେ ୪ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ, ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ କହ୍ନେଇଁବନ୍ଧ ନିକଟରେ ଉଦଳାରୁ ବାରିପଦା ଅଭିମୁଖେ ଯାଉଥିବା ଏକ ସ୍କୁଟର ଭାରସାମ୍ୟ ହରାଇ ସମ୍ମୁଖରୁ ଆସୁଥିବା ଜଣେ ସାଇକେଲ ଆରୋହୀଙ୍କୁ ଧକା ଦେଇଥିଲା। ସେତିକିବେଳେ ତିନି ଜଣ ସବାର ଥିବା ଏକ ବାଇକ୍ ସାଇକେଲ ପଛରୁ ଯାଇ ସେମାନଙ୍କ ସହିତ ଧକା ହୋଇଥିଲା। ଉକ୍ତ ଦୁର୍ଘଟଣାରେ ସ୍କୁଟର ଆରୋହୀ ଓ ଅନ୍ୟ ଚାରି ଜଣଙ୍କୁ ଖୁୁଣ୍ଟା ଅଗ୍ନିଶମ ବାହିନୀ ଖୁଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସ୍କୁଟର ଆରୋହୀ ନିଜକୁ ବିଶୋଇ ଥାନା ଡୁମୁରିଆ ଗ୍ରାମର ଭାଗବତ ଟୁଡୁ କହୁଥିବା ବେଳେ ଓଡି୧୧ଇ୬୬୯୩ ନଂ ସ୍କୁଟରର ମାଲିକ ବହଳଦା ଥାନା ଛାପଡା ଗ୍ରାମର ଫାଗୁ ନାଥ ଟୁଡୁ ବୋଲି ପୁଲିସ ପ୍ରକାଶ କରିଛି। ପ୍ରାଥମିକ ଚିକିତ୍ସା ପରେ ଭାଗବତକୁ ବାରିପଦା ପଠାଯାଇଛି।
Comments are closed.