www.samajalive.in
Wednesday, December 10, 2025
23.1 C
Bhubaneswar

ଟିଟିଲାଗଡ଼ରେ ଧର୍ମେନ୍ଦ୍ରଙ୍କ ରୋଡସୋ

ଟିଟିଲାଗଡ଼ : କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଟିଟିଲାଗଡ ପ୍ରଚାର କାର୍ଯ୍ୟରେ ଆସି ଦଳୀୟ ପ୍ରାର୍ଥିଙ୍କ ସପକ୍ଷରେ ଭୋଟ ନିବେଦନ କରିଛନ୍ତି। ଏନେଇ ସହରରେ ଏକ ରୋଡସୋରେ ଧର୍ମେନ୍ଦ୍ର ଯୋଗଦେଇଥିଲେ। ଅପରାହ୍ନ୍ନରେ ହେଲିକେପ୍ଟର ଯୋଗେ ସ୍ଥାନୀୟ ଡିଏଭି କିଲା ପଡିଆରେ ଓହ୍ଲାଇବା ପରେ ଧର୍ମେନ୍ଦ୍ର ହାଟପଦା ସ୍ଥିତ ଘଣ୍ଟାସୁନୀ ମନ୍ଦିର ଯାଇ ପୁଜାର୍ଚ୍ଚନା କରିଥିଲେ। ସେଠାରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ଏକ ଖୋଲା ଗାଡିରେ ସହରର ବିଜୁ ପଟ୍ଟନାୟକ ଛକ, ଗୋବିନ୍ଦ ବାଟିକା ଛକ, ପୁରୁଣା ବ୍ୟାଙ୍କ ଛକ, ପେଟ୍ରୋଲ ପମ୍ପ ଛକ, ରେଲୱେ ଷ୍ଟେସନ ଛକ ଦେଇ ସହର ପରିକ୍ରମା କରିଥିଲେ। ଧର୍ମେନ୍ଦ୍ରଙ୍କ ସହ ବଲାଙ୍ଗୀର ସାଂସଦ ପ୍ରାର୍ଥି ସଙ୍ଗିତା ସିଂଦେଓ, ଟିଟିଲାଗଡ ବିଧାୟକ ପ୍ରାର୍ଥି ଅଶୋକ ଦୋରା, ପୁର୍ବତନ ନଗରପାଲ ଶୁଭ୍ରାଂସୁ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେନ୍ଦ୍ର ଠାକୁର, ଜିଲା ସାଧାରଣ ସମ୍ପାଦକ ମୁକେଶ ଜୈନ, ନଗର ସଭାପତି ଚେୟାରମେନ ବାଗ, ପ୍ରଶାନ୍ତ ଷଡଙ୍ଗୀ, ଜିଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁ, ପ୍ରମୋଦ ସରାଫ, ପ୍ରଦୀପ ସାହୁ, ଅଶୋକ ଭୋଇ, ସଞ୍ଜୟ ତ୍ରିପାଠୀ ପ୍ରମୁଖ ଶତାଧିକ ନେତା ଓ କର୍ମି ଉପସ୍ଥିତ ଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories