ନୂଆଦିଲ୍ଲୀ : ନିର୍ବାଚନୀ ମାହୋଲରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଅବତରଣ ପାଇଁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଇନାହାନ୍ତି। ଶୁକ୍ରବାର କେତେକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ସିଲିଗୁଡ଼ି ପୁଲିସ୍ ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଅବତରଣ ପାଇଁ ଅନୁମତି ଦେବାକୁ ମନା କରିଛି। ପୁଲିସ୍ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ କାରଣ ଦର୍ଶାଇନାହିଁ।
ସୂଚନା ଅନୁସାରେ ଅପ୍ରେଲ ୧୪ରେ ପଶ୍ଚିମବଙ୍ଗରେ କଂଗ୍ରେସର ନିର୍ବାଚନୀ ର୍ୟାଲି କାର୍ଯ୍ୟକ୍ରମ ଅଛି। ଏନେଇ କଂଗ୍ରେସ ଅପ୍ରେଲ ୭ରେ ପଶ୍ଚିମବଙ୍ଗ ସରକାରଙ୍କୁ ରାହୁଲଙ୍କ ହେଲିକପ୍ଟର ଅବତରଣ ପାଇଁ ଅନୁମତି ମାଗିଥିଲେ। ହେଲେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍ସି ସରକାର ରାହୁଲଙ୍କ ହେଲିକପ୍ଟର ଅବତରଣ ପାଇଁ ଅନୁମତି ଦେବାକୁ ମନା କରିଛି।
ଏହା ପୂର୍ବରୁ ମମତା ବାନାର୍ଜୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର ଅବତରଣ ପାଇଁ ଅନୁମତି ଦେଇନଥିଲେ।
ରାହୁଲଙ୍କ ହେଲିକପ୍ଟର ଅବତରଣ ପାଇଁ ଅନୁମତି ଦେଲେନି ମମତା
Popular Categories



