www.samajalive.in
Saturday, December 13, 2025
27.1 C
Bhubaneswar

ନିର୍ବାଚନ ବଣ୍ଡର ରସିଦ୍‍ ଓ ଦାତାଙ୍କ ତଥ୍ୟ ଇସିଙ୍କ ନିକଟରେ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ନିର୍ବାଚନ ବଣ୍ଡର ରସିଦ୍‍ ଓ ଦାତାମାନଙ୍କ ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ଜଉମୁଦ ଲଫାପାରେ ନିର୍ବାଚନ କମିଶନ(ଇସି)ଙ୍କ ନିକଟରେ ଦାଖଲ କରିବାକୁ ସମସ୍ତ ରାଜନୈତିକ ଦଳଗୁଡ଼ିକୁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି । ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶରେ ସୁପ୍ରିମକୋର୍ଟ ଚାନ୍ଦା ଅର୍ଥର ବିସ୍ତୃତ ବିବରଣୀ ଓ ଦାତାଙ୍କର ବ୍ୟାଙ୍କ ଜମାଖାତା ବିଷୟରେ ମେ’ ୩୦ତାରିଖ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଜଣାଇବା ପାଇଁ ମଧ୍ୟ କହିଛନ୍ତି।

ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ, ଜଷ୍ଟିସ୍‍ ଦୀପକ ଗୁପ୍ତା ଓ ସଞ୍ଜିବ ଖାନ୍ନାଙ୍କ ଖଣ୍ଡପୀଠ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ବଣ୍ଡର ବୈଧତାକୁ ଚ୍ୟାଲେଞ୍ଜ କରି ଆସୋସିଏସନ ଅଫ ଡେମୋକେଟ୍ରିକ ରିଫର୍ମସ(ଏଡିଆର) ସ୍ବେଚ୍ଛାସେବୀ ସଂଗଠନ କରିଥିବା ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ବଣ୍ଡ ଜାରି ଉପରେ ସ୍ଥଗିତାଦେଶ ଲାଗୁ କରାଯାଉ କିମ୍ବା ଦାତାମାନଙ୍କ ନାମ ସର୍ବସାଧାରଣରେ ପ୍ରକାଶ କରାଯାଉ ବୋଲି ସେହି ଏଡିଆର ଆବେଦନରେ ଦର୍ଶାଇଥିଲା। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ପାଇଁ ଏଭଳି କରାଯିବାକୁ ଏନ୍‍ଜିଓ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାର ୨୦୧୮ ଜାନୁଆରୀ ମାସରେ ନିର୍ବାଚନ ବଣ୍ଡ ଯୋଜନା ଆରମ୍ଭ କରିଥିଲେ। ଲୋକ ପ୍ରତିନିଧି ଆଇନ୍‍ – ୧୯୫୧ର ଧାରା ୨୯(କ) ଅଧୀନରେ ପଞ୍ଜିକୃତ ହୋଇଥିବା ରାଜନୈତିକ ଦଳଗୁଡ଼ିକ ଯେଉଁମାନେ ପୂର୍ବ ଲୋକସଭା କିମ୍ବା ରାଜ୍ୟ ବିଧାନସଭା ନିର୍ବାଚନରେ ଶତକଡ଼ା ୧ ଭାଗରୁ ଅଧିକ ଭୋଟ୍‍ ପାଇଥିବେ, କେବଳ ସେହିମାନେ ନିର୍ବାଚନ ବଣ୍ଡ୍‍ ପାଇବାକୁ ହକ୍‍ଦାର ହେବେ।

- Advertisement -

 

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories