www.samajalive.in
Thursday, December 11, 2025
23.1 C
Bhubaneswar

‘ପିଏମ୍‍ ନରେନ୍ଦ୍ର ମୋଦୀ’ : ମୁକ୍ତିଲାଭ ସମ୍ପର୍କରେ ୧୫ରେ ସୁପ୍ରିମକୋର୍ଟଙ୍କ ଶୁଣାଣି

ମୁମ୍ବଇ : ‘ପିଏମ୍‍ ନରେନ୍ଦ୍ରମୋଦୀ’ ଚଳଚ୍ଚିତ୍ରର ମୁକ୍ତିଲାଭ ନେଇ ସୁପ୍ରିମକୋର୍ଟ ଏପ୍ରିଲ ୧୫ ତାରିଖ ସୋମବାର ଶୁଣାଣି କରିବେ। ନିର୍ବାଚନ ଆୟୋଗ ପ୍ରତିବନ୍ଧକ ଲଗାଇବା ବିରୋଧରେ ନିର୍ମାତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଚଳଚ୍ଚିତ୍ର ନିର୍ମାତା ଏହାକୁ ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ୍‍ ଦାଖଲ କରିଛନ୍ତି। ଏହାକୁ ଗ୍ରହଣ କରି ପ୍ର୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ନିର୍ମାତାଙ୍କ ଆବେଦନ ଉପରେ ଶୁଶାଣି କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ‘ପିଏମ୍‍ ନରେନ୍ଦ୍ରମୋଦୀ’ ଚଳଚ୍ଚିତ୍ର ୧୧ ଏପ୍ରିଲରେ ମୁକ୍ତିଲାଭ କରିବାର ଥିଲା। ମାତ୍ର ମୁକ୍ତିଲାଭର ଠିକ୍‍ ଗୋଟିଏ ଦିନ ପୂର୍ବରୁ ନିର୍ବାଚନ ଆୟୋଗ ଏହା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଲୋକସଭା ନିର୍ବାଚନରେ ମତଦାନ ଉପରେ ଯେପରି କୌଣସି ପ୍ରଭାବ ନପଡ଼େ ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଏହାର ମୁକ୍ତିଲାଭରେ ପ୍ରତିବନ୍ଧକ ଲଗାଇଛନ୍ତି। ପୂର୍ବରୁ ଚଳଚ୍ଚିତ୍ର ବିରୋଧରେ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନର ଅଭିଯୋଗ ଆଣିଥିଲେ।

Hot this week

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

Related Articles

Popular Categories