www.samajalive.in
Saturday, December 13, 2025
26.1 C
Bhubaneswar

ଭାରତ ପାଇଁ ଖେଳିବା ବେଳେ କୋହଲିଙ୍କ ରନ୍‌ କ୍ଷୁଧା ବଢ଼ିଯାଏ: କୁଲଦୀପ୍

କଲକାତା: ଆଇପିଏଲ୍‌ର ଚଳିତ ସିଜିନ୍‌ରେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ କ୍ରମାଗତ ଭାବେ ୬ଟି ମ୍ୟାଚ୍‌ରେ ପରାସ୍ତ ହୋଇସାରିଛି। ଆଗାମୀ ଦିନରେ ଇଂଲଣ୍ଡରେ ଖେଳାଯିବାକୁ ଥିବା କ୍ରିକେଟ୍‌ ବିଶ୍ବକପ୍‌ ସମୟରେ ବାଙ୍ଗାଲୋର ଦଳର ନୈରାଶ୍ୟଜନକ ପ୍ରଦର୍ଶନର ପ୍ରଭାବ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଉପରେ ପଡ଼ିବ ବୋଲି କେତେକ ମହଲରେ ଆଶଙ୍କାବ୍ୟକ୍ତ କରାଯାଉଛି। ତେବେ ଏହି ଆଶଙ୍କାକୁ ଅମୂଳକ ବୋଲି କହିଛନ୍ତି ଭାରତୀୟ ସ୍ପିନର କୁଲଦୀପ ଯାଦବ।

ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କୁଲଦୀପ କହିଛନ୍ତି କୋହଲି ଯେତେବେଳେ ଭାରତୀୟ ଦଳର ନେତୃତ୍ବ ନିଅନ୍ତି ସେତେବେଳେ ତାଙ୍କର ରନ୍‌ ସଂଗ୍ରହ କ୍ଷୁଧା ସହ ଦଳକୁ ବିଜୟୀ କରାଇବା ନିଶା ବଢ଼ି ଯାଏ। ସେ ସଂପୂର୍ଣ୍ଣ ଅଲଗା ଖେଳାଳି ପାଲଟିଯାଆନ୍ତି। ତେଣୁ ଆଇପିଏଲ୍‌ରେ ବାଙ୍ଗାଲୋର ଦଳର ନୈରାଶ୍ୟଜନକ ପ୍ରଦର୍ଶନ କୋହଲିଙ୍କ ଫର୍ମ ଉପରେ ଖରାପ ପ୍ରଭାବ ପକାଇବ ନାହିଁ। ବାଙ୍ଗାଲୋର ଦଳର ଚୂଡାନ୍ତ ଏକାଦଶରେ ଉପଯୁକ୍ତ ସମନ୍ବୟ ନ ରହିବା ଫଳରେ ଏହି ଦଳ କ୍ରମାଗତ ଭାବେ ପରାଜୟବରଣ କରୁଥିବା କୁଲଦୀପ୍‌ ଅନୁମାନ କରୁଛନ୍ତି। କୋହଲିଙ୍କ ଫର୍ମ ବେଶ୍‌ ଭଲ ଅଛି ଏବଂ ବିଶ୍ବକପ୍‌ରେ ଯଦି ସେ ନିଜ ଫର୍ମ ବଜାୟ ରଖନ୍ତି ତେବେ ତାହା ଭାରତୀୟ ଦଳ ପାଇଁ ଲାଭଦାୟକ ହେବ ବୋଲି କୁଲଦୀପ୍‌ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories