www.samajalive.in
Sunday, December 14, 2025
26.1 C
Bhubaneswar

ଶେଷ ବଲ୍‌ ରୋମାଞ୍ଚ; ରାଜସ୍ଥାନକୁ ହରାଇଲା ଚେନ୍ନଇ

ଜୟପୁର: ଚଳିତ ଆଇପିଏଲ୍‌ରେ କ୍ରମାଗତ ୨ୟ ଦିନରେ ମ୍ୟାଚ୍‌ର ଫଇସଲା ଶେଷ ବଲ୍‌ରେ ହୋଇଛି। ଗୁରୁବାର ରାଜସ୍ଥାନ ରୟାଲ୍‌ସକୁ ଶେଷବଲ୍‌ରେ ୪ ୱିକେଟରେ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ପରାସ୍ତ କରିଛି। ମଧ୍ୟକ୍ରମର ବିଫଳତା ସତ୍ତ୍ବେ ସାମୂହିକ ଯୋଗଦାନ ବଳରେ ପ୍ରଥମେ ବ୍ୟାଟିଂକରି ରାଜସ୍ଥାନ ରୟାଲ୍‌ସ ୭ ୱିକେଟ ହରାଇ ୧୫୧ ରନ୍ କରିଥିଲା। ପରେ ପ୍ରାରମ୍ଭିକ ବିପର୍ୟ୍ୟୟ ପରେ ଅମ୍ବତି ରାୟୁଡୁ ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅର୍ଦ୍ଧଶତକ ବଳରେ ଶେଷ ବଲ୍‌ରେ ୬ ୱିକେଟ ହରାଇ ସିଏସ୍‌କେ ଜିତିଥିଲା। ୭ମ ମ୍ୟାଚ୍‌ରେ ୬ଷ୍ଠ ବିଜୟ ପରେ ୧୨ ପଏଣ୍ଟ ସହ ଚେନ୍ନଇ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି। ରାଜସ୍ଥାନ ୬ଷ୍ଠ ମ୍ୟାଚ୍‌ରେ ୫ମ ପରାଜୟ ବରଣ କରିଛି।

୧୫୨ ରନ୍ ଲକ୍ଷ୍ୟରେ ଚେନ୍ନଇ ବିପର୍ୟ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ୬ ଓଭରରେ ୨୪ ରନ୍‌ରେ ଚେନ୍ନଇ ୪ଟି ୱିକେଟ ହରାଇଥିଲା। ସେନ୍ ୱାଟ୍‌ସନ୍ ୦ରେ, ସୁରେଶ ରୈନା ୪ ଓ ଫାଫ୍ ଡୁ ପ୍ଲେସି ୭ ରନ୍‌କରି ଆଉଟ୍‌ ହୋଇଥିଲେ। ବେନ୍ ଷ୍ଟୋକ୍‌ସଙ୍କ ଦର୍ଶନୀୟ କ୍ୟାଚ୍‌ରେ କେଦାର ଯାଦବ ୧ ରନ୍‌କରି ବିଦାୟ ନେଇଥିଲେ। ପରେ ଅମ୍ବତି ରାୟୁଡୁ ଓ ମହେନ୍ଦ୍ର ସିଂହ ଧୋନି ମୂଳରୁ ଜଗିରଖି ଖେଳି ପରେ ଷ୍ଟ୍ରୋକ୍‌ଖେଳିବା ଆରମ୍ଭ କରିଥିଲେ। ୧୦ ଓଭରରେ ଚେନ୍ନଇ ୫୦ ରନ୍ କରିଥିବା ବେଳେ ୧୧ଶ ଓଭରରୁ ଦୁହେଁ ଷ୍ଟ୍ରୋକ୍‌ ଖେଳିବା ଆରମ୍ଭ କରିଥିଲେ। ଶେଷ ୩ ଓଭରରୁ ଚେନ୍ନଇ ୩୯ ରନ୍ ଆବଶ୍ୟକ କରୁଥିଲା। ୧୮ଶ ଓଭରରେ ରାୟୁଡୁ ଆଉଟ ହୋଇ ଯାଇଥିଲେ। ଫଳରେ ଧୋନିଙ୍କ ସହ ତାଙ୍କର ୯୫ ରନ୍‌ର ଭାଗିଦାରୀ ଭାଙ୍ଗି ଯାଇଥିଲା। ରାୟୁଡୁ ୪୭ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୫୭ ରନ୍ କରିଥିଲେ। ଶେଷ ଓଭରରୁ ୧୮ ଏବଂ ଶେଷ ୪ ବଲ୍‌ରୁ ୮ ରନ୍ ଆବଶ୍ୟକ ଥିବା ବେଳେ ଧୋନି ଆଉଟ ହୋଇ ଯାଇଥିଲେ। ଧୋନି ୪୩ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୫୮ ରନ୍ କରିଥିଲେ। ଶେଷ ବଲ୍‌ରୁ ୩ ରନ୍ ଥିବା ବେଳେ ମିଚେଲ ସାଣ୍ଟନର ଛକା ମାରି ଦେଇଥିଲେ। ବେନ୍ ​‌େ‌ଷ୍ଟାକ୍‌ସ ୨ଟି ୱିକେଟ ନେଇଥିଲେ। ଧୋନି ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।

- Advertisement -

ଟସ୍ ଜିତି ଚେନ୍ନଇ ସୁପର କିଙ୍ଗ୍‌ସ ଫିଲ୍‌ଡିଂ ନେବା ପରେ ରାଜସ୍ଥାନ ରୟାଲ୍‌ସ ଦ୍ରୁତଗତିରେ ଇନିଂସ ଆରମ୍ଭ କରିଥିଲା। ୩ୟ ଓଭରରେ ସ୍କୋର୍ ୩୧ ରନ୍ ଥିବା ବେଳେ ଅଧିନାୟକ ଅଜିଙ୍କ୍ୟ ରାହାଣେ ୧୧ ବଲ୍‌ରୁ ୩ଟି ଚୌକା ସହ ୧୪ ରନ୍‌କରି ବିଦାୟ ନେଇଥିଲେ। ୫ଟି ବଲ୍ ପରେ ଅନ୍ୟ ଓପ୍‌ନର ଜୋସ୍ ବଟ୍‌ଲର ୧୦ ବଲ୍‌ରୁ ଗୋଟିଏ ଛକା ଓ ୪ଟି​‌ ଚୌକା ସହ ୨୩ ରନ୍‌କରି ଆଉଟ ହୋଇଥିଲେ। ସଞ୍ଜୁ ସାମ୍‌ସନ ୬ ଓ ରାହୁଲ ତ୍ରିପାଠୀ ୧୦ ରନ୍ କରି ପାରିଥିଲେ। ଷ୍ଟିଭେନ୍ ସ୍ମିଥ୍ ଧିମାଗତିରେ ବ୍ୟାଟିଂକରି ୨୨ ବଲ୍‌ରୁ ୧୫ ରନ୍ କରି ପାରିଥିଲେ। ୧୧ ଓଭରରେ ୭୮ ରନ୍‌ରେ ରାଜସ୍ଥାନ ରୟାଲ୍‌ସ ୫ଟି ୱିକେଟ ହରାଇଥିଲା। ୬ଷ୍ଠ ୱିକେଟ ପାଇଁ ବେନ୍ ଷ୍ଟୋକ୍‌ସ ଓ ରିୟାନ୍ ପରାଗ ୨୫ ରନ୍ ଯୋଗ କରିଥିଲେ। ଜୀବନର ପ୍ରଥମ ଆଇପିଏଲ୍‌ ମ୍ୟାଚ୍ ଖେଳି ୧୭ ବର୍ଷ ବୟସ୍କ ପରାଗ ୨୪ ବଲ୍‌ରୁ ୨ଟି ଚୌକା ସହ ୧୬ ରନ୍ କରିଥିଲେ। ଷ୍ଟୋକ୍‌ସ ୨୬ ବଲ୍‌ରୁ ଗୋଟିଏ ଚୌକା ସହ ୨୮ ରନ୍ କରିଥିଲେ। ଶେଷ ଓଭରରେ ୧୮ ରନ୍ ନେବାରୁ ରାଜସ୍ଥାନ ଦେଢ଼ଶହ ରନ୍ ପାର କରି ପାରିଥିଲା। ଜୋଫ୍ରା ଆର୍ଚର ୧୨ ବଲ୍‌ରୁ ୧୩ ଏବଂ ଶ୍ରେୟାସ ଗୋପାଳ ୧୯ ରନ୍‌କରି ଅପରାଜିତ ଥିଲେ। ଦୀପକ ଚହର, ସାର୍ଦ୍ଦୁଳ ଠାକୁର ଓ ରବୀନ୍ଦ୍ର ଜାଡ଼େଜା ୨ଟି ଲେଖାଏଁ ୱିକେଟ ପାଇଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories