ନୂଆଦିଲ୍ଲୀ : ବଙ୍ଗାଳୀ ଭାଷାରେ ନିର୍ମିତ ରାଜନୈତିକ ବ୍ୟଙ୍ଗ ଚଳଚ୍ଚିତ୍ର ‘ଭବିଷ୍ୟତର ଭୂତ’ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯିବା ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ପଶ୍ଚିମବଙ୍ଗ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଏହାସହ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ୨୦ ଲକ୍ଷ ଟଙ୍କାର ଆର୍ଥିକ ଜୋରିମାନା ଲଗାଇଛନ୍ତି। ଚଳଚ୍ଚିତ୍ର ପ୍ରଦର୍ଶନ ବନ୍ଦ ଯୋଗୁଁ କ୍ଷତି ସହିଥିବା ସିନେମାହଲ ମାଲିକଙ୍କୁ କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।
ସୁପ୍ରମକୋର୍ଟ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ପୀଠ ଚଳଚ୍ଚିତ୍ର ନିର୍ମାତା ଏବଂ ସିନେମାହଲ ମାଲିକଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସମ୍ବିଧାନର ମୌଳିକ ଅଧିକାର ବାକ୍ ସ୍ୱାଧୀନତାର ଉଲ୍ଲଙ୍ଘନ ପାଇଁ ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍ସି ସରକାରଙ୍କୁ ସୁପ୍ରିମକୋର୍ଟ ନିନ୍ଦା କରିବା ସହ ଆର୍ଥିକ ଜୋରିମାନାରେ ଦଣ୍ଡିତ କରିଛନ୍ତି।
ଏକ ଚଳଚ୍ଚିତ୍ର ପ୍ରଦର୍ଶନ ବନ୍ଦ କରି ୨୦ ଲକ୍ଷ ଜୋରିମାନା ଦେବ ପଶ୍ଚିମବଙ୍ଗ
Popular Categories



