ଆବଶ୍ୟକ ସାମଗ୍ରୀ
କୋରା ଲାଉ – ୪ କପ
କାଜୁ – ଅଳ୍ପ
ତେଜପତ୍ର – ୨ଟି
ଗୋଲମରିଚ – ଅଳ୍ପ
କ୍ଷୀର – ୩କପ
ଚିନି – ୧କପ ରୁ ସାମାନ୍ୟ କମ
ତେଲ – ଆବଶ୍ୟକ ପରିମାଣରେ
ଗୁଜୁରାତି –ଅଳ୍ପ
ଲୁଣ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କାଜୁ, ତେଜପତ୍ର, ଗୋଲମରିଚ ଓ ଗୁଜୁରାତି ପକାଇ ଭାଜନ୍ତୁ। ଏବେ କୋରା ଲାଉକୁ ଏଥିରେ ପକାଇ ଭାଜନ୍ତୁ। ଲାଉରୁ ପାଣି ଛାଡ଼ିବା ପରେ ଏଥିରେ କ୍ଷୀର ପକାଇ ଗୋଳାନ୍ତୁ। ଗୋଳାଇବା ପରେ ସାମାନ୍ୟ ଲୁଣ ପକାନ୍ତୁ। କିଛି ସମୟ କ୍ଷୀର ଫୁଟିବା ପରେ ଏଥିରେ ଚିନି ପକାଇ ଗୋଳାଇ ପୁଣି ୫ ରୁ ୬ ମିନିଟ ଫୁଟାନ୍ତୁ। ଏବେ ଏହାକୁ ଗ୍ୟାସରୁ ଓହ୍ଲାଇ ଏକ ପାତ୍ରକୁ କାଢି ଥଣ୍ଡା କରି ଖାଆନ୍ତୁ। ପ୍ରସ୍ତୁତ ହୋଇଗଲା ଲାଉ ଖିରୀ।
ଲାଉ ଖିରୀ
Popular Categories



