www.samajalive.in
Saturday, December 6, 2025
19.1 C
Bhubaneswar

ମତଦାନ କେନ୍ଦ୍ର ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ

ରାୟପୁର: ଓଡ଼ିଶା ସୀମାନ୍ତ ଛତିଶଗଡ଼ର ଏକ ମତଦାନ କେନ୍ଦ୍ର ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ଛତିଶଗଡ଼ ନାରାୟଣପୁରର ପରେଶଗାଓଁ ଅଞ୍ଚଳର ଏକ ବୁଥ ନିକଟରେ ଏହି ବିସ୍ଫୋରଣ କରାଯାଇଛି। ମାତ୍ର ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ନିର୍ବାଚନକୁ ଭଣ୍ଡୁର କରିବା ସହ ଭୋଟରଙ୍କୁ ଭୟଭୀତ କରିବା ଲାଗି ମାଓବାଦୀମାନେ ଏଭଳି ଯୋଜନା କରିଥିବା ସନ୍ଦେହ କରାଯାଉଛି।

ପୂର୍ବରୁ ଛତିଶଗଡ଼ରେ ବିସ୍ଫୋରଣ ଘଟାଇ ବିଜେପିର ଜଣେ ବିଧାୟକଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ। ଏହି ଘଟଣାରେ ବିଧାୟକଙ୍କ ସହିତ ଥିବା ୪ ସୁରକ୍ଷା କର୍ମୀ ମଧ୍ୟ ଶହୀଦ ହୋଇଥିଲେ। ଓଡ଼ିଶାର ମାଲକାନଗିରି, ରାୟଗଡ଼ା, ଗଜପତି, କୋରାପୁଟ ଆଦି ଜିଲା ସମେତ ସୀମାନ୍ତ ଛତିଶଗଡ଼ରେ ମାଓବାଦୀମାନେ ଭୋଟ ବର୍ଜନ ପାଇଁ ଧମକ ଦେଇଆସୁଛନ୍ତି। ନିର୍ବାଚନର ବହୁ ଆଗରୁ ସେମାନେ ପୋଷ୍ଟର ବ୍ୟାନର ଲଗାଇ ଲୋକଙ୍କୁ ଭୟଭୀତ କରିଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories