www.samajalive.in
Saturday, December 13, 2025
26.1 C
Bhubaneswar

ଖରାଦିନେ ସୁସ୍ଥ ରହିବା ପାଇଁ କ’ଣ କରୁଛନ୍ତି ଅକ୍ଷୟ କୁମାର ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ  ଚଳ ଚଞ୍ଚଳ ଅଭିନେତା ହେଉଛନ୍ତି ଅକ୍ଷୟ କୁମାର  ।  ତାଙ୍କ ଉପରେ ବର୍ଦ୍ଧିତ ବୟସର ପ୍ରଭାବ ଦେଖିବାକୁ ମିଳେ ନାହିଁ । ଏବେବି ସେ ଯୁବକ ସୁଲଭ କାମ କରନ୍ତି । କେବଳ ସେତିକି ନୁହେଁ ମାର୍ସାଲ ଆର୍ଟ ଶିଖିଥିବା ଅକ୍ଷୟ କୁମାର ସୁସ୍ଥ ରହିବା ପାଇଁ ପ୍ରତିଦିନ ବ୍ୟାୟମ କରିଥାଆନ୍ତି ।  ଏବେ ଖରାଦିନେ ସେ ଏକ ସ୍ୱତନ୍ତ୍ର ପ୍ରକାରର ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି । ଏହାକୁ ସେ ନିଜର ସୋସିଆଲ୍‌ ମିଡିଆ ଆକାଉଣ୍ଟ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଏକ ବଡ କାଠ ମାଳା  ପରି ଦେଖା ଯାଉଥିବା ଉଡେନ୍‌ ବିଡସ୍‌ ସେ ବ୍ୟାୟାମ କରୁଛନ୍ତି । ଏହା ଅଣ୍ଟା ଓ ପେଟ ପାଇଁ ବେଶ୍‌ ଭଲ ବୋଲି ସେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।

ଖରାଦିନ ଝାଳ ବୁହାଇବା ପାଇଁ ଉତ୍ତମ ସମୟ । ଏପରି କଲେ ବେଶ୍‌ ଚଳ ଚଞ୍ଚଳ ରହିବେ ବୋଲି ସେ ପୋଷ୍ଟ କରିଛନ୍ତି । ଅଣ୍ଟାରେ ଏହି ଉଡେନ୍‌ ବିଡସ୍‌ କୁ ରଖି ଅଣ୍ଟାକୁ ହଲାଇ ଏହି ବ୍ୟାୟାମ କରୁଛନ୍ତି । ସର୍କସରେ ଏପରି ରିଙ୍ଗକୁ ରଖି କରାଯାଇଥାଏ । ମାତ୍ର ଉଡେନ୍‌ ବିଡସ୍‌ ବା କାଠର ମାଳାକୁ ରଖି କଲେ ଏହାର ଆକ୍ୟୁପ୍ରେସର ପ୍ରଭାବ ଶରୀର ଉପରେ ପଡିଥାଏ ।

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories