www.samajalive.in
Sunday, December 14, 2025
19.1 C
Bhubaneswar

ବିଜେପିରେ ଯୋଗଦେଲେ କିରୋଡି ସିଂହ ବୈସଂଲା

ଜୟପୁର/ନୂଆଦିଲ୍ଲୀ : ରାଜସ୍ଥାନରେ ଗୁର୍ଜର ସଂରକ୍ଷଣ ଆନ୍ଦୋଳନ ପୁରୋଧା କର୍ଣ୍ଣଲ କିରୋଡି ସିଂହ ବୈସଂଲା ନିଜ ପୁଅ ବିଜୟ ବୈସଂଲାଙ୍କ ସହ ବୁଧବାର ବିଜେପିରେ ଯୋଗଦେଇଛନ୍ତି। ଗୁର୍ଜର ଆନ୍ଦୋଳନ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରାଙ୍କ ମୁଣ୍ଡବିନ୍ଧାର କାରଣ ସାଜିଥିଲା। କିରୋଡ଼ିଙ୍କ ନେତୃତ୍ୱରେ ଗୁର୍ଜରମାନେ ଏବେକାର କଂଗ୍ରେସ ସରକାର ବିରୋଧରେ ମଧ୍ୟ ଆନ୍ଦୋଳନକୁ ଓହ୍ଳାଇଥିଲେ।

ନୂଆଦିଲ୍ଲୀଠାରେ ରାଜସ୍ତାନ ବିଜେପି ଦାୟିତ୍ବରେ ଥିବା ପ୍ରକାଶ ଜାଭାଦେକରଙ୍କ ଉପସ୍ଥିତିରେ କିରୋଡି ଏବଂ ବିଜୟ ବୈସଂଲା ବିଜେପିରେ ଯୋଗ ଦେଇଛନ୍ତି ।  ବିଜେପିରେ ଯୋଗଦେବା ପରେ କିରୋଡ଼ି କହିଛନ୍ତି ଯେ ଗୁର୍ଜର ଆନ୍ଦୋଳନ ସହ ଦୀର୍ଘ ୧୪ ବର୍ଷ ହେବ ସମ୍ପୃକ୍ତ ଅଛି। ଏହି ସମୟ ମଧ୍ୟରେ କଂଗ୍ରେସ ଏବଂ ବିଜେପି ଦଳର ମୁଖ୍ୟମନ୍ତ୍ରୀଙ୍କ ଶାସନକୁ ସେ ଅତି ନିକଟରୁ ଅନୁଭବ କରିଛନ୍ତି ଓ ଉଭୟ ଦଳର କାର୍ଯ୍ୟଶୈଳୀ ଏବଂ ବିଚାରଧାରକୁ ଦେଖିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ରହି ସେ ଗୁର୍ଜର ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରିବେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories