www.samajalive.in
Friday, December 12, 2025
15.1 C
Bhubaneswar

ଉତ୍ତମ ଆଚରଣର ବ୍ୟକ୍ତି ସମ୍ମାନର ଅଧିକାରୀ

ପୁରୁଣା ଲୋକକଥା ଅନୁଯାୟୀ, ଜଣେ ରାଜା ତାଙ୍କ ମହାମନ୍ତ୍ରୀଙ୍କ ଜ୍ଞାନ ଓ ଯୋଗ୍ୟତାରେ ଖୁବ ବିଶ୍ୱାସ କରୁଥିଲେ। ତାଙ୍କର ବହୁତ ସମ୍ମାନ ମଧ୍ୟ କରୁଥିଲେ। ପ୍ରଜାମାନଙ୍କ ମଧ୍ୟରେ ମଧ୍ୟ ମନ୍ତ୍ରୀ ଖୁବ ଲୋକପ୍ରିୟ ଥିଲେ। ଏକଦା ମନ୍ତ୍ରୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଲା ଯେ, ରାଜା ଓ ଅନ୍ୟପ୍ରଜାମାନେ କେଉଁ କାରଣରୁ ମୋତେ ଏତେ ସମ୍ମାନ ଦେଉଛନ୍ତି। ଏହାର କାରଣ କ’ଣ? ଏହାର କାରଣ ଜାଣିବା ପାଇଁ ମନ୍ତ୍ରୀ ଏକ ଉପାୟ ଚିନ୍ତା କଲେ।
ପର ଦିନ ମନ୍ତ୍ରୀ ରାଜଦରବାରରୁ ଆସିବା ସମୟରେ ରାଜକୋଷରୁ ଏକ ସ୍ୱର୍ଣ୍ଣମୁଦ୍ରା କାହାକୁ ନଜଣାଇ ନେଇଆସିଲେ। ଏହାକୁ ଦେଖି ମଧ୍ୟ ରାଜକୋଷ ଅଧିକାରୀ ଅଣଦେଖା କଲେ।
ଦ୍ୱିତୀୟ ଦିନ ମନ୍ତ୍ରୀ ରାଜକୋଷରୁ ୨ଟି ସ୍ୱର୍ଣ୍ଣମୁଦ୍ରା ନେଇ ଆସିଲେ। ରାଜକୋଷ ଅଧିକାରୀ ଚିନ୍ତା କଲେ ଯେ, ମନ୍ତ୍ରୀ କୌଣସି କାରଣରୁ ଏପରି କରୁଛନ୍ତି, ପରେ ସେ ନିଶ୍ଚୟ ଏହି ଘଟଣା ବିଷୟରେ ଜଣାଇ ଦେବେ।
ତୃତୀୟ ଦିନ ମନ୍ତ୍ରୀ ଅଧିକ ସ୍ୱର୍ଣ୍ଣ ମୁଦ୍ରା ନେବାର ଦେଖି ରାଜକୋଷ ଅଧିକାରୀ ମନ୍ତ୍ରୀଙ୍କୁ ରାଜାଙ୍କ ସମ୍ମୁଖକୁ ନେଇଗଲେ। ଏହା ଶୁଣି ରାଜା ମନ୍ତ୍ରୀଙ୍କୁ ୩ ମାସ ପାଇଁ କାରାଗାରରେ ରହିବାକୁ ଦଣ୍ଡାଦେଶ ଦେଲେ। ରାଜାଙ୍କ ମୁଖରୁ ଏହା ଶୁଣିବା ପରେ ମନ୍ତ୍ରୀ କହିଲେ , ମହାରାଜ ମୁଁ ଚୋର ନୁହେଁ। ମୁଁ କେବଳ ଏତିକି ଜାଣିବାକୁ ଇଚ୍ଛୁକ ଥିଲି ଯେ, ମତେ ଯେଉଁ ସମ୍ମାନ ମିଳୁଛି ଏହା ପ୍ରକୃତ କାରଣ କ’ଣ? ମତେ ଏହାର ଉତ୍ତର ମଧ୍ୟ ମିଳିଯାଇଛି। ମୋ ଯୋଗ୍ୟତା, ଜ୍ଞାନ, ଉତ୍ତମ ଆଚରଣ ହିଁ ମତେ ସମ୍ମାନର ଅଧିକାରୀ କରିଛି। ମୁଁ ବୁଝିପାରିଛି ଯେ, ଯଦି ନିଜର ଉତ୍ତମ ଆଚରଣ, ଯୋଗ୍ୟତା ଛାଡ଼ିଦେବି ମୁଁ ସମ୍ମାନର ଯୋଗ୍ୟ ହୋଇ ରହିବି ନାହିଁ। ମନ୍ତ୍ରୀଙ୍କ ଠାରୁ ଏହା ଶୁଣି ରାଜା ତାଙ୍କୁ କ୍ଷମା କରିବା ସହ ତୁମେ ସଠିକ କଥା ବୁଝିଛ ବୋଲି କହିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories