www.samajalive.in
Friday, December 12, 2025
15.1 C
Bhubaneswar

‘ପିଏମ୍‍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ର ମୁକ୍ତିଲାଭ ଅଟକିଲା

ନୂଆଦିଲ୍ଲୀ : ନିର୍ବାଚନ ଆୟୋଗ (ଇସି) ବୁଧବାର ଅଭିନେତା ବିବେକ ଓବରଇଙ୍କ ଅଭିନୀତ ‘ପିଏମ୍‍ ନରେନ୍ଦ୍ର ମୋଦୀ’ ଚଳିଚ୍ଚିତ୍ର ମୁକ୍ତିଲାଭକୁ ଅଟକାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା। ଏହି ବାୟୋପିକ୍‍ (ଜୀବନୀ) ଅପ୍ରେଲ ୧୧ ଅର୍ଥାତ ଗୁରୁବାର ମୁକ୍ତିଲାଭ କରିବାର ଥିଲା। ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ବି ଏହି ଦିନ ହେବାର ଅଛି। ଏହା ପୂର୍ବରୁ ନିର୍ବାଚନ ଆୟୋଗ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ଶେଷ ହେବା ପରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ନିର୍ବାଚନ ଆୟୋଗ କହିଛନ୍ତି।

ଗୋଟିଏ ଦିନ ପୂର୍ବରୁ ‘ପିଏମ୍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ ସ୍ଥଗିତାଦେଶ ପାଇଁ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ ।  ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଓ ନିର୍ବାଚନକୁ ପ୍ରଭାବିତ କରିବା ଆଶଙ୍କା ପୂର୍ବକ କଂଗ୍ରେସ ସମର୍ଥକ ଅମନ ପନୱର ଏହି ଆବେଦନ କରିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇ, ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ସଞ୍ଜୟ ଜୈନ୍‌ଙ୍କ ପୀଠ ଏହି ମାମଲାର ଶୁଣାଣି କରି ସ୍ଥଗିତାଦେଶ ଲଗାଇବାକୁ ମନା କରିଦେଇଥିଲେ ।  ଚଳଚ୍ଚିତ୍ର ପ୍ରାମାଣିକ ସଂସ୍ଥା ଏହା ଉପରେ କୌଣସି ପ୍ରମାଣପତ୍ର ଦେଇ ନ ଥିବାରୁ ଅଦାଲତ ଏହା ଉପରେ କୌଣସି ନିଷ୍ପତ୍ତି ନେଇ ପାରିବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ । ଏହାସହ ଏହି ମାମଲା ଉପରେ ନିଷ୍ପତ୍ତି ନେବାକୁ ନିର୍ବାଚନ ଆୟୋଗ ଉପଯୁକ୍ତ ସଂସ୍ଥା ବୋଲି ପୀଠ ମତ ଦେଇଥିଲେ । ଏହି କ୍ରମରେ ନିର୍ବାଚନ ଆୟୋଗ ‘ପିଏମ୍‍ ନରେନ୍ଦ୍ର ମୋଦୀ’ ଚଳିଚ୍ଚିତ୍ର ମୁକ୍ତିଲାଭକୁ ଅଟକାଇ ଦେଇଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories