ବିହାର ବିଧାନ ପରିଷଦକୁ ନୀତୀଶ, ରାବ୍ରୀଙ୍କ ସମେତ ୧୧ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

0

ପାଟନା : ବିହାର ବିଧାନ ପରିଷଦ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି, ସ୍ୱାସ୍ଥ୍ୟ ମନ୍ତ୍ରୀ ମଙ୍ଗଳ ପାଣ୍ଡେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ସମେତ ୧୧ ଜଣ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ପକ୍ଷରୁ ପ୍ରେମଚାନ୍ଦ ମିଶ୍ର ଏକମାତ୍ର ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଲାଇଥିବାବେଳେ ବିଜେପି ପକ୍ଷରୁ ସଞ୍ଜୟ ପାଶ୍ୱାନ, ସୁଶୀଲ କୁମାର ମୋଦି ପ୍ରାର୍ଥୀ ହୋଇଥିଲେ। ଜେଡିୟୁ ପକ୍ଷରୁ ନୀତୀଶ କୁମାର, ରାମେଶ୍ୱର ମାହାତୋ ଓ ଖାଲିଦ ଅନୱର, ଆରଜେଡି ପକ୍ଷରୁ ରାବ୍ରୀ ଦେବୀ, ରମଚନ୍ଦ୍ର ପୁର୍ଭି, ସୟଦ ଖୁରସିଦ୍‍ ମୋସିନ୍‍ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଂଝୀଙ୍କ ପୁଅ ସନ୍ତୋଷ ପ୍ରାର୍ଥୀ ହୋଇଥିଲେ। ସମସ୍ତ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।

Leave A Reply