www.samajalive.in
Saturday, December 6, 2025
16.1 C
Bhubaneswar

ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଚନ୍ଦ୍ରବାବୁଙ୍କ ନାଁ ନେଲେ ଦେବେଗୌଡ଼ା

ଅମରାବତୀ: କେନ୍ଦ୍ରରେ ବିଜେପି ସରକାରକୁ ଟକ୍କର ଦେବା ଲାଗି ବିରୋଧୀ ଦଳଗୁଡ଼ିକ ଗଠନ କରିଥିବା ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହାକୁ ନେଇ ନାନା କଳ୍ପନାଜଳ୍ପନା ଲାଗିରହିଛି। ଏଭଳି ସ୍ଥିତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ନେତା ଏଚ.ଡି. ଦେବେଗୌଡ଼ା ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି। ତିରୁଭୁରୁ ଏବଂ ପରମାରୁରେ ଦୁଇଟି ନିର୍ବାଚନୀ ରାଲିରେ ଦେବେଗୌଡ଼ା ଉଦବୋଧନ ଦେଇ ଟିଡିପିକୁ ସମର୍ଥନ କରିବାକୁ ଲୋକଙ୍କୁ ନିବେଦନ କରିବା ସହ ଚନ୍ଦ୍ରବାବୁ କାହିଁକି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ବୋଲି କହିଥିଲେ।

ବିରୋଧୀମାନଙ୍କ ମହାମେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚ୍ୟାଲେଞ୍ଜ ଦେବାରେ ସଫଳ ହୋଇ ନ ପାରେ ବୋଲି ରାଜନୈତିକ ମହଲରେ ଯେଉଁ ଆଲୋଚନା ହେଉଛି ତାହାକୁ ଦେବେଗୌଡ଼ା ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗରେ ମମତା ବାନାର୍ଜୀ, ଉତ୍ତର ପ୍ରଦେଶରେ ମାୟାବତୀ ଏବଂ ଅଖିଳେଶ ଯାଦବଙ୍କ ଭଳି ନେତା ମୋଦୀଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ ବିକଳ୍ପ ଶକ୍ତି ସୃଷ୍ଟି କରିପାରିବାରେ ସକ୍ଷମ। ସବୁ ଆଞ୍ଚଳିକ ଦଳଗୁଡ଼ିକର ନିଜସ୍ବ ନୀତି ଏବଂ ଆଦର୍ଶ ରହିଛି। ତେଣୁ ସମସ୍ତଙ୍କୁ ଏକାଠି କରିବା ସହଜ କାମ ନୁହେଁ। କିନ୍ତୁ ବାଜପେୟୀ ଯେତେବେଳେ ପ୍ରଧାନମନ୍ତ୍ରୀ ଥିଲେ, ସେ ୨୩ଟି ଦଳକୁ ନେଇ ସରକାର ଗଠନ କରିଥିଲେ। ସେତେବେଳେ କ’ଣ କାରଗିଲ ଯୁଦ୍ଧ ହୋଇ ନ ଥିଲା। ବାଜପେୟୀ କ’ଣ ଯୁଦ୍ଧରେ ଜିତି ନ ଥିଲେ। କିନ୍ତୁ ବର୍ତ୍ତମାନ ମୋଦୀ କହୁଛନ୍ତି, ସେ ଏକମାତ୍ର ଜଣେ ବ୍ୟକ୍ତି ଯିଏ ପାକିସ୍ତାନ ଏବଂ ଅନ୍ୟ ପଡ଼ୋଶୀ ରାଷ୍ଟ୍ରର ଆକ୍ରମଣକୁ ଚ୍ୟାଲେଞ୍ଜ କରିପାରିବେ। ଏହା ଭୁଲ ବୋଲି ଦେବେଗୌଡ଼ା କହିଛନ୍ତି।

- Advertisement -

ଅନ୍ୟପଟେ ଦେବେଗୌଡ଼ାଙ୍କ ପ୍ରସ୍ତାବ ଉପରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପ୍ରତିକ୍ରିୟା ରଖି ସେ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଆଶାୟୀ ନ ଥିବା କହିଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories