www.samajalive.in
Saturday, December 13, 2025
21.1 C
Bhubaneswar

ନୟାଗଡ ପୁଲିସ ଟ୍ରେନିଙ୍ଗ ସ୍କୁଲରୁ ମାଓବାଦୀଙ୍କ ଦ୍ୱାରା ଲୁଟ ବନ୍ଧୁକ ଉଦ୍ଧାର, ୨ ଗିରଫ

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମଳାସପଦର ପଞ୍ଚାୟତ ଅନ୍ତର୍ଗତ ଭାଲିଆଗୁଡା ଜଙ୍ଗଲରୁ ମୋହନା ପୁଲିସ ଗୋଟିଏ ଇନସାସ୍‍ ରାଇଫଲ ଓ ଅନ୍ୟ ଏକ ଗ୍ରାମରୁ ୨ ଦେଶୀ ବନ୍ଧୁକ ସହ ଦୁଇ ଜଣଙ୍କୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ ଖବର ପାଇ ଭାଲିଆଗୁଡା ଜଙ୍ଗଲରେ ବନ୍ଧୁକ ପୋତା ଯାଇଥିବା ଓ ମଳାସପଦର ପଞ୍ଚାୟତ ଅନ୍ତର୍ଗତ ହିଚାଗାନ୍ଧୀ ଗ୍ରାମର ଦୁଇ ଜଣ ଲୋକଙ୍କ ଠାରେ ୨ଟି ବନ୍ଧୁକ ରହିଥିବାର ସୂଚନା ପାଇ ଚଢଉ କରିଥିଲା। ଉକ୍ତ ବନ୍ଧୁକଟି କିଛି ବର୍ଷ ତଳେ ନୟାଗଡ ପୁଲିସ ଟ୍ରେନିଙ୍ଗ ସ୍କୁଲରୁ ମାଓବାଦୀ ମାନେ ଲୁଟିକରି ନେଇଥିଲେ। ପରବର୍ତ୍ତୀ ସମୟରେ ମୋହନା ଥାନା ଅନ୍ତର୍ଗତ ଭାଲିଆଗୁଡା ଗ୍ରାମରେ ପୁଲିସ ଓ ମାଓବାଦୀଙ୍କ ଗୁଳିବିନିମୟ ସମୟରେ ଉକ୍ତ ବନ୍ଧୁକ ଗୁଡିକୁ ବ୍ୟବହାର କରାଯାଇଥିବା ଏବଂ କିଛି ବନ୍ଧୁକକୁ ଉକ୍ତ ଜଙ୍ଗଲରେ ପୋତି ଦେଇ ଚାଲିଯାଇଥିବା ସନ୍ଦେହ କରାଯାଉଥିଲା। ଏହି ଚଢଉରେ ଇନ୍‍ସାସ୍‍ ରାଇଫଲ ଯେଉଁଥିରେ ବିୟୁଟିଟି ନଂ ପିଟିଏସ-୯୧, ଏହା ବ୍ୟତୀତ ଏକେ-୧ ମେଗାଜିନ୍‍, ଇନ୍‍ସାସ୍‍-୧ ମେଗାଜିନ୍‍ ଓ ଏସଏଲଆର-୩ ଗୋଟି ମେଗାଜିନ୍‍ ମୋଟ ୮୬ ଗୋଟି ଜୀବନ୍ତ ଗୁଳି ପୁଲିସ ଉଦ୍ଧାର କରିଛି। ଏହି ବନ୍ଧୁକକୁ ଦେଖିଲେ ୨୦୦୮ ରେ ନକ୍ସଲମାନେ ଏହି ବନ୍ଧୁକ ନୟାଗଡ ଅସ୍ତ୍ରାଗାରରୁ ଲୁଟ କରିଥିବା ସନ୍ଦେହ କରାଯାଉଛି। ଅନୁସନ୍ଧାନ ପରେ ଏହାର ସତ୍ୟା ସତ୍ୟ ଜଣାପଡିବ ବୋଲି ଏସପି ସାରା ଶର୍ମା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସେହିପରି ଗୁରୁବାର ମଧ୍ୟ ରାତିରେ ସିଆଇଏସଏଫ ଫୋର୍ସ ଓ ପୁଲିସ କର୍ମଚାରୀ ମିଳିତ ଭାବେ କୌଣସି ସୁତ୍ରରୁ ଖବର ପାଇ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ହିଚାଗାନ୍ଧୀ ଗ୍ରାମର ନିକଟସ୍ଥ ଜଙ୍ଗଲପାଖରେ ଏରିଆ ଡୋମିନେସନ ଡ୍ୟୁଟି କରିବା ସମୟରେ ବେତିଙ୍ଗି ଗ୍ରାମର ଦୁଇ ବ୍ୟକ୍ତି ରବି ମଲ୍ଲିକ (୨୩), ହରି ରାଜ ମଲ୍ଲିକ (୪୨)ଙ୍କ ଠାରୁ ୨ ଗୋଟି ଏସବିଏମଏଲ ବନ୍ଧୁକ ସହ କିଛି ପରିମାଣର ଗନ୍‍ ପାଉଡର ଓ ସୀଶା ଗୁଳି ଜବତ କରିଥିଲେ। ଏ ସମ୍ପର୍କରେ ମୋହନା ଥାନା କେସ ନଂ ୬୨/୧୯ ରେ ମାମଲା ରୁଜୁ କରି ଉଭୟଙ୍କୁ ଥାନାରେ ଅଟକ ରଖି ଅଧିକ ତଥ୍ୟ ଜାଣିବା ପାଇଁ ପଚାରା ଉଚରା କରାଯାଉ ଥିବା ଥାନା ଅଧିକାରୀ ନାୟକ କହିଛନ୍ତି ଉଭୟଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories