ଉଲକା ଉପରେ   ବିସ୍ଫୋରଣ  କଲା ଜାପାନ

ଟୋକିଓ .-  ଜାପାନର ମହାକାଶ ଗବେଷଣା କେନ୍ଦ୍ର ପକ୍ଷରୁ ମହାକାଶରେ ଘୁରି ବୁଲୁଥିବା ଏକ ବଡ ଉଲକା ପିଣ୍ଡ (ଗ୍ରହାଣୁ) ଉପରେ ବିସ୍ଫୋରଣ କରାଯାଇଥିବା ସୂଚନା ଦିଆଯାଇଛି ।  ବୈଜ୍ଞାନିକ ପରୀକ୍ଷଣ ପାଇଁ ଏହି ବସ୍ଫୋରଣ କରାଯାଇଛି । ହାୟାବୁସା-୨ ନାମକ ମହାକାଶଯାନରୁ ରୟୁଗୁ ନାମକ  ଉଲକା ଉପରେ ବିସ୍ଫୋରଣ କରାଯାଇଥିଲା ।

prayash

ହାୟାବୁସା-୨ ମହାକାଶ ଯାନରୁ ୨ କେଜି ଓଜରନର ତମ୍ବାର ବିସ୍ଫୋରକ ପ୍ରେରଣ କରାଯାଇଥିଲା । ଏକ ଛୋଟ ଛିଦ୍ର ହେବାପରେ  ହାୟାବୁସା ସେଠାରୁ ଏହାର ଅଂଶକୁ ସଂଗ୍ରହ କରିଥିଲା  । ଏହି ବିସ୍ଫୋରଣ କରିବାପରେ ମହାକାଶଯାନ ସମ୍ପୂର୍ଣ୍ଣ ଭଲ ଥିବା କୁହଯାଉଛି । ଉଲକା ପିଣ୍ଡର ଏହି ଅଂଶକୁ ପୃଥିବୀ ପୃଷ୍ଟକୁ ଅଣାଯିବ । ଏହା ବିଷୟରେ ଅଧିକ ବୈଜ୍ଞାନିକ ପରୀକ୍ଷଣ କରିବା ସମ୍ଭବ ହେବ । ସୌର ଜଗତ ବିଷୟରେ ଅଧିକ ଜ୍ଞାନ ହାସଲ କରିବା ପାଇଁ ଏହା ସହାୟକ ହେବ ।

kalyan agarbati

Comments are closed.