www.samajalive.in
Saturday, December 13, 2025
21.1 C
Bhubaneswar

ପ୍ଲାଇଙ୍ଗ ସ୍କୁଆଡ-୨ ଦ୍ୱାରା ୭ ଲକ୍ଷ ୭୬ ହଜାର ଟଙ୍କା ଜବତ

ଖଡିଆଳ : ନୂଆପଡା ଜିଲା ବୋଡେନ ବ୍ଲକ କରଙ୍ଗାମାଲ ଗ୍ରାମ ଠାରେ ଫ୍ଲାଇଙ୍ଗ ସ୍କାଆଡ-୨ ଦ୍ୱାରା ତଦନ୍ତ କରୁଥିବା ସମୟରେ କଂଗ୍ରେସ କର୍ମିଙ୍କ ବୋଲେରୋ ଗାଡିରୁ ୭ ଲକ୍ଷ ୭୬ ହଜାର ଟଙ୍କା ଜବତ କରିଥିବା ସୂଚନା ମିଳିଛି। ଖଡିଆଳ ନିର୍ବଚନ ମଣ୍ଡଳୀର ଫ୍ଲାଇଙ୍ଗ ସ୍କୁଆଡ-୨ ଦଳ ବୋଡେନ ବ୍ଲକର କରଙ୍ଗାମାଲ ଗ୍ରାମ ଠାରେ ବିଭିନ୍ନ ଯାନହବାହାନ ଯାଞ୍ଚ କରୁଥିବା ବେଳେ ଏକ ବୋଲେରୋ ନଂ (ଓଡି-୨୬-୯୫୧୫)କୁ ଅଟକାଇ ଯାଞ୍ଚ କରିଥିଲେ। ଏହି ବୋଲେରୋ ଗାଡିରେ କଂଗ୍ରେସ କର୍ମୀ ସହ ସେଥିରୁ ୭ ଲକ୍ଷ ୭୬ ହଜାର ଟଙ୍କା ଜବତ କରାଯାଇଥିଲା। ଅପରପକ୍ଷେ ବୋଲେରୋ ଗାଡିରେ କଂଗ୍ରେସ ଦଳର ପତାକା ଲାଗିଥିବାରୁ ଏହା ଖଡିଆଳ ବିଧାନସଭା କଂଗ୍ରେସର ହୋଇଥିବା ସୂଚନା ମିଳିଛି। ଏଥିରେ ସଂପୃକ୍ତ ଥିବା ବୋଡେନ ବ୍ଲକର ୫ ଜଣଙ୍କୁ ଅଟକ ରଖାଯାଇଛି। ଅନକାପୁର ଗ୍ରାମର ସୁରେନ୍ଦ୍ର ନିଆଲ, ଜୟବାହାଲ ଗ୍ରାମର ଝମ୍ପେଶ୍ୱର ସଲମା, କାମପୁର ଗ୍ରାମର ଜନ୍ମେଜୟ ସିଂଦେଓ, ତରାପୁର ଗ୍ରାମର ଆଶିଷ ରଞ୍ଜନ ପଣ୍ଡା ଏବଂ ଗାଡି ଡ୍ରାଇଭର ସରୋଜ ବରାତଙ୍କୁ ବୋଡେନ ପୋଲିସ ଅଟକ ରଖି ଅଧିକ ପଚରା ଉଚୁରା କରୁଛି। ଏହି ତଦନ୍ତ ଦାୟିତ୍ୱରେ ଥିବା ବୋଡେନ ଅରିରିକ୍ତ ତହସିଲଦାର ନବକିଶୋର ସାହୁ, ଏସଆଇ ଦିବ୍ୟ କୁମାର ଓରାମ ସମେତ ତାଙ୍କ ଟିମ ଚଢାଉ କରିଥିଲେ। ଏନେଇ ବୋଡେନ ଥାନାରେ ତହସିଲଦାର ଏତଲା ଦାୟର କରିଥିବା ବୋଡେନ ଥାନଧିକାରୀ ସରୋଜ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories