www.samajalive.in
Monday, December 8, 2025
16.1 C
Bhubaneswar

ବିଜେପିକୁ ଭୋଟ ନଦେବା ପାଇଁ ନାସିରୁଦ୍ଦିନଙ୍କ ସମେତ ୬୦୦ ବିଶିଷ୍ଟ ବ୍ୟକ୍ତିଙ୍କ ନିବେଦନ

ନୂଆଦିଲ୍ଲୀ : ବଲିଉଡ଼ ତାରକା ନାସିରୁଦ୍ଦିନ ଶାହାଙ୍କ ସମେତ ୬୦୦ରୁ ଊର୍ଦ୍ଧ୍ବ ବିଶିଷ୍ଟ ବ୍ୟକ୍ତି ବିଜେପିକୁ ଭୋଟ ନଦେବା ପାଇଁ ନିବେଦନ କରିଛନ୍ତି। ଏହି ବିଶିଷ୍ଟ ବ୍ୟକ୍ତିମାନେ ଗୋଟିଏ ପତ୍ର ଲେଖି ଭୋଟରଙ୍କୁ କହିଛନ୍ତି ଯେ ‘ଭୋଟ ଦେଇ ବିଜେପି ଏବଂ ତାର ସହଯୋଗୀଙ୍କୁ କ୍ଷମତାରୁ ବାହାର କର’। ନିବେଦନକାରୀଙ୍କ ମଧ୍ୟରେ ଅମୋଲ ପାଲେକର, ନାସିରୁଦ୍ଦିନ ଶାହା, ଗିରୀଶ କର୍ନାଡ଼ ଏବଂ ଉଷା ଗାଙ୍ଗୁଲିଙ୍କ ଭଳି ପ୍ରଖ୍ୟାତ ବ୍ୟକ୍ତିମାନେ ରହିଛନ୍ତି।
ସେମାନେ କହିଛନ୍ତି ଯେ ଭାରତ ଏବଂ ତାର ସମ୍ବିଧାନ ଏବେ ବିପଦରେ ଅଛି। ବିଜେପିକୁ ଭୋଟ କରନାହିଁ। ଏହି ପତ୍ର ଗୁରୁବାର ଜାରି କରାଯାଇଛି। ଏହାକୁ ୧୨ ଭାଷାରେ ଅନୁବାଦ କରାଯାଇଛି। ଏହି ଚିଠିକୁ ଆର୍ଟିଷ୍ଟ ୟୁନାଇଟେଡ ଇଣ୍ଡିଆର ୱେବସାଇଟରେ ଅପଲୋଡ କରାଯାଇଛି।
ଚିଠିରେ ଲେଖାଯାଇଛି ଯେ ଆସନ୍ତା ଲୋକସଭା ନିର୍ବାଚନ ଦେଶ ଇତିହାସର ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଅଟେ। ଆଜି ଗୀତ, ନୃତ୍ୟ ଏବଂ ହାସ୍ୟ ବିପଦରେ ଅଛି। ଆମ ସମ୍ବିଧାନ ବିପଦରେ ଅଛି। ସରକାର ତର୍କ, ବିତର୍କ ଏବଂ ଅସହମତିର ବିକାଶ ହେଉଥିବା ସଂସ୍ଥାଗୁଡ଼ିକର କଣ୍ଠ ରୋଧ କରିଦେଇଛନ୍ତି। ଗଣତନ୍ତ୍ରରେ ସବୁଠୁ ଦୁର୍ବଳ ଏବଂ ଅବହେଳିତ ଲୋକଙ୍କୁ ସଶକ୍ତ କରାଯିବା ଉଚିତ। କୌଣସି ଗଣତନ୍ତ୍ର ବିନା ପ୍ରଶ୍ନରେ, ବିତର୍କରେ ଏବଂ ସଜାଗ ବିରୋଧୀ ବିନା କାମ କରିପାରିବ ନାହିଁ। ସରକାର ଏସବୁକୁ ବଳ ପୂର୍ବକ ଦଳି ଦେଇଛନ୍ତି। ତେଣୁ ସମସ୍ତେ ମିଶି ବିଜେପିକୁ କ୍ଷମତାରୁ ବାହାର କରିବାକୁ ଭୋଟ କରନ୍ତୁ। ସମ୍ବିଧାନକୁ ବଞ୍ଚାନ୍ତୁ, କଠୋର, ଘୃଣା ଏବଂ ନିଷ୍ଠୁରତା ପ୍ରସାର କରୁଥିବା ଶକ୍ତିକୁ ବାହାର କରନ୍ତୁ।
ଏହି ଚିଠିରେ ଅନ୍ୟମାନଙ୍କ ମଧ୍ୟରେ ଶାନ୍ତା ଗୋଖଲେ, ମହେଶ ଏଲକୁଞ୍ଚେୱାର, ଅରୁନ୍ଧତି ନାଗ, କୀର୍ତ୍ତି ଜୈନ, ଅଭିଷେକ ମଜୁମଦାର, କୋଙ୍କଣ ସେନ ଶର୍ମା, ରତ୍ନା ପାଠକ ଶାହା, ଲିଲେଟ ଦୁବେ, ମୀତା ବଶିଷ୍ଟ, ମକରନ୍ଦ ଦେଶପାଣ୍ଡେ ଏବଂ ଅନୁରାଗ କାଲ୍ୟପଙ୍କ ଭଳି ବିଶିଷ୍ଟ ବ୍ୟକ୍ତିଙ୍କ ଦସ୍ତଖତ ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories